ବୁଗୁଡ଼ା ୦୯/୦୯/୨୪ ବୁଗୁଡ଼ା ସହରର ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆଜି ଏକ ସଂଗଠନ ପର୍ବ ଓ ସଦସ୍ଯତା ଅଭିଯାନ ବୈଠକ ନଗର ସଭାପତି କେଦାରନାଥ ମହାରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଯୋଗଦେଇ ଉଦଘାଟନ କରିଥିଲେ। ମାନ୍ୟବର ମନ୍ତ୍ରୀ ଉପସ୍ଥିତ ଥିବା ସମସ୍ତ ବିଜେପି କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ସଂଗଠନ ପର୍ବ ଜରିଆରେ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଜେପିର ସଦସ୍ଯତା ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ଏହାସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇ ଏହାର ଫାଇଦା ନେବାପାଇଁ ମନ୍ତ୍ରୀ ଶ୍ରୀ ମଳିକ ପ୍ରକାଶ କରିବା ସହିତ ଜିଲ୍ଲା କର୍ମକର୍ତ୍ତା ମାନେ ମଧ୍ଯ ପ୍ରକାଶ କରିଥିଲେ। ଉପସ୍ଥିତ ଥିବା ବୁଗୁଡ଼ା ଅଞ୍ଚଳର ସମସ୍ତ ବିଜେପି କର୍ମକର୍ତ୍ତାମାନଙ୍କୁ ନିଜର ଦାୟିତ୍ୱ ଦେବା ସହିତ ନିଷ୍ଠାପର ସହ ସମ୍ପାଦନା କରିବା ପାଇଁ ନିବେଦନ କରିଥିଲେ। ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ, ସମ୍ପାଦକ ନିଳମାଧବ ପାତ୍ର, ଉପସଭାପତି ରଞ୍ଜନ କୁମାର ରାଉତ, ରାଜ୍ୟ ମହିଳା ମୋର୍ଚ୍ଚା ସଂଯୋଜକ ଜୟନ୍ତୀ ପଢିଆରୀ, ସୁଶ୍ରୀ ଆରତୀ ଦେବୀ, ଆଇନଜୀବୀ ହର ପ୍ରସାଦ ଦାସ, ଗଙ୍ଗାଧର ନାୟକ, ହରି କୃଷ୍ଣ ସାହୁ, ନଗର ସଭାପତି କେଦାରନାଥ ମହାରଣା, ଯୁବ ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ସନ୍ତୋଷ ବିଶ୍ବାଳ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ଦିଲ୍ଲୀପ ପ୍ରଧାନ, ସୁଶାନ୍ତ କୁମାର ଡାକୁଆ, ସୁନୀଲ ପାଢ଼ୀ, ରବିନ୍ଦ୍ର ପରିଡ଼ା ଉପସ୍ଥିତ ଥିଲେ। ବୁଗୁଡ଼ା ଅଞ୍ଚଳର ହଜାର ହଜାର ବିଜେପି କର୍ମୀ ଓ କର୍ମକର୍ତ୍ତା ଅଭିଯାନରେ ଅଂଶଗ୍ରହଣ କରି ସଦସ୍ଯତା ଗ୍ରହଣ କରିଥିଲେ।