ପୋଲସରା , ୯/୯/୨୪ ନୂଆଁଖାଇ ଗଣପର୍ବ ଅବସରରେ ସି.ଏମ୍. କିଷାନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ୨୪-୨୫ ଆର୍ଥିକ ବର୍ଷରେ କୃଷକ ବୃନ୍ଦଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି । ବହୁ ପ୍ରତୀକ୍ଷିତ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଭିଡିଓ କନଫେରନ୍ସ ମାଧ୍ୟମରେ ଶୁଭାରମ୍ଭ କାର୍ଯ୍ୟକ୍ରମ ସମୟରେ ପୋଲସରା ବ୍ଲକ୍ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଉପସ୍ଥିତ ଥିଲେ । ଖରିଫ୍ ଓ ରବି ଫସଲ ପୂର୍ବରୁ ଯୋଗ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଡେବିଟି କାର୍ଡ ମାଧ୍ଯମରେ ବର୍ଷକୁ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ । ପ୍ରଥମ ୨ ହଜାର ଟଙ୍କା ଅ ନୂଆଁଖାଇ ଓ ଅବଶିଷ୍ଟ ଅର୍ଥ ରାଶି ଅକ୍ଷୟ ତୃତୀୟାରେ ମିଳିବ। ସେହିପରି ଭୂମିହୀନ କୃଷକ ପରିବାରଙ୍କ ପାଇଁ ବର୍ଷକୁ ୧୨୫୦୦ ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି । ବର୍ଷକୁ ତିନୋଟି କିସ୍ତିରେ ସେମାନେ ଏହି ଅର୍ଥରାଶି ପାଇବେ । ସିଏମ୍ କିଷାନ ପୋର୍ଟାଲରେ ଚାଷୀମାନେ ଏବିଷୟରେ ସମସ୍ତ ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରାଇପାରିବେ ବୋଲି ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ବିଡିଓ କୁରେଶୀ ଚନ୍ଦ୍ର ଜାନୀ , ଜିଲ୍ଲା କୃଷି ଅଧିକାରୀ ଡ଼.ପ୍ରମୋଦ କୁମାର ମହାପାତ୍ର , ସରକାରୀ କୃଷି ନିର୍ଦ୍ଦେଶକ ବିଶ୍ବରଞ୍ଜନ ବେହେରା , ପୋଲସରା ବ୍ଲକ କୃଷି ଅଧିକାରୀ ଗଣେଶ୍ବର ସାହୁ , ବି.ଟି.ଏମ୍ ଆଶିଷ ଲେଙ୍କା , ଉଦ୍ୟାନ ବିଭାଗ , ମତ୍ସ୍ୟ ବିଭାଗ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।