ବ୍ରହ୍ମପୁର,୦୯/୦୯/୨୦୨୪:
ଶନିବାର ଗଣେଶ ପୂଜାଥିବା ବେଳେ ଆଜି ଧୁମଧାମରେ ହେଉଥିଲା ବିସର୍ଜନ । ବିସର୍ଜନ ଦେଖିବାକୁ ପୋଖରୀ ନିକଟରେ ଜମିଥିଲା ପିଲାମାନଙ୍କ ପ୍ରବଳ ଭିଡ଼। ଏହି ସମୟରେ ଘଟିଲା ଅଘଟଣ । ବିସର୍ଜନ ଦେଖିବାକୁ ଯାଇଥିବା ଦୁଇ ସାଙ୍ଗ ପୋଖରୀରେ ବୁଡ଼ିଗଲେ। ଏପରି ଏକ ଦୁଃଖଦ ଘଟଣା ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଞ୍ଚମାରେ ଘଟିଛି। ଏହି ଅଘଟଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ,ମୃତକ ଦୁଇଜଣ ହେଲେ କୃଷ୍ଣ ପ୍ରଧାନଙ୍କ ୧୨ ବର୍ଷୀୟ ପୁଅ ସୋମ୍ୟ ପ୍ରଧାନ ଏବଂ ବିନୋଦ ସେଠୀଙ୍କ ୧୨ ବର୍ଷର ପୁଅ ଆଦିତ୍ୟ ସେଠୀ ।ଏହି ଦୁଃଖଦ ଘଟଣା ପରେ ହସଖୁସିରେ ଫାଟି ପଡ଼ୁଥିବା ଗାଁରେ ନୀରବତା ଛାଇ ଯାଇଛି। ଶନିବାର ଦିନ ପଞ୍ଚମାରେ ବଡ଼ ଧୁମଧାମରେ ଗଣେଶଙ୍କ ପୂଜାର୍ଚନା ଚାଲିଥିବା ବେଳେ ଆଜି ହୋଇଥିଲା ବିସର୍ଜନ । ଗ୍ରାମର କିଛି ପିଲା ଗଣେଶ ମୂର୍ତ୍ତିକୁ ଗାଁରେ ଥିବା ପାତାଳେଶ୍ଵର ମନ୍ଦିର ନିକଟ ପୋଖରୀ କୂଳକୁ ନେଇଥିଲେ। ଏହି ସମୟରେ ଅସାବଧାନତା ବଶତଃ ଦୁଇ ଜଣ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ତୁରନ୍ତ ପାଖରେ ଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଏହି ଦୁଃଖଦ ଘଟଣା ପରେ ହସଖୁସିରେ ଫାଟି ପଡ଼ୁଥିବା ଗାଁରେ ନୀରବତା ଛାଇ ଯାଇଛି। ଖବର ପାଈ କନିଷି ତହସିଲଦାର କବିରାଜ ପ୍ରଧାନ ସମାଜ ସେବୀ ସୁନୀଲ କୁମାର ପାତ୍ର,ଡାକ୍ତରଖାନାରେ ପହଞ୍ଚି ପରିବାର ବର୍ଗଙ୍କୁ ଶୋକ ସମାବେଦନା ଜଣାଇଥିଲେ। ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଦଶହଜାର ଟଙ୍କା ଦେଇଥିବା ସୁନୀଲ କୁମାର ପାତ୍ର କହିଛନ୍ତି।