ବିଜେପି ଓବିସି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

0
10

ବ୍ରହ୍ମପୁର,୧୧/୦୯/୨୦୨୪: ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ “ସଦସ୍ୟତା ଅଭିଯାନ କର୍ମଶାଳା” ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ରଙ୍କ ସଂଯୋଜନାରେ ବ୍ରହ୍ମପୁର ଷ୍ଟେସନ ରୋଡ଼ ସ୍ଥିତ ସ୍ପେସଲ୍ ସାରକିଟ୍ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁନିଲ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲା ସଦସ୍ୟତା ପ୍ରଭାରୀ ଦୁଷ୍ମନ୍ତ ନାୟକ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଏହି କର୍ମଶାଳାକୁ ଶୁଭାରମ୍ଭ କରିବା ସହ ରାଜ୍ୟରେ ଚାଲିଥିବା ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନରେ ଓବିସି ମୋର୍ଚ୍ଚାର ସହଭାଗିତା ଉପରେ ଆଲୋଚନା କରିଥିଲେ । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେଇଥିବା ଏହି ସଦସ୍ୟତା ଅଭିଯାନ ୪୫ ଦିନ ଧରି ଚାଲିବ । ସଦସ୍ୟତା ଅଭିଯାନ ପାଇଁ ଓବିସି ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ପ୍ରତି ଘରକୁ ଘର ଯାଇ ଯୁବକ ଯୁବତୀ ମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ୍ କରାଇବା ଉପରେ ଗୁରୁତ୍ବ ଦେଇଥିଲେ ।ଏହା ସହ ଓବିସି ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ସଦସ୍ୟତା ଅଭିଯାନକୁ ସ୍କୁଲ,କଲେଜ,ଛାତ୍ରାବାସ,ମଲ୍,ହାଟ ବଜାର,ରେଳ ଷ୍ଟେସନ,ବସଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନ ଏକତ୍ରିକରଣ ସ୍ଥାନରେ ଛତା ଲଗାଇ ଯୁବକ ଯୁବତୀ ମାନଙ୍କ ସହ ସାଧାରଣ ଜନତାଙ୍କୁ ୮୮୦୦୦୦୨୦୨୪ ନଂ ରେ ମିସ୍ କଲ୍ ଦେଇ ଦଳର ସଦସ୍ୟତା ଗ୍ରହଣ କରିବାକୁ କୁହାଯିବ ବୋଲି ରାଜ୍ୟ ଓବିସି ମୋର୍ଚ୍ଚା କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର କହିଛନ୍ତି । ଏହି କର୍ମଶାଳାରେ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ଗଞ୍ଜାମ ଜିଲ୍ଲା ସଦସ୍ୟତା ପ୍ରମୁଖ ପରେଶ ଚନ୍ଦ୍ର ରଥ,ଓବିସି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଏସ୍.ଶ୍ରୀନିବାସ ରାଓ,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଓବିସି ମୋର୍ଚ୍ଚା କିଭଳି ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ କରାଯିବ ଓ ଦଳକୁ ସୁଦୃଢ଼ କରିବା ନିମନ୍ତେ ସଦସ୍ୟତା ଅଭିଯାନର ସଫଳତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ବରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ଏସ୍.ରାଣୀ,ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ଉପସଭାପତି କେ.ଚନ୍ଦ୍ରଶେଖର ରେଡ୍ଡୀ,ସାଧାରଣ ସମ୍ପାଦକ ସୁନିଲ ପାତ୍ର,ବି.ଶଙ୍କର ରେଡ୍ଡୀ,ସମ୍ପାଦକ ବାବୁନାଥ ପାତ୍ର,ଏମ୍.ଦିପ୍ତିମୟୀ,କୋଷାଧ୍ୟକ୍ଷ ଧରଣୀଧର ସ୍ୱାଇଁ,ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି କାଳିଆ ସାହୁ,ଅନନ୍ତ ମହାରଣା,ରବିନ୍ଦ୍ର ବାରଦା,ବିଚିତ୍ର ଗୋୖଡ଼,ଅଟଳ ଭଟ୍ଟ,ଶିବରାମ ବେହେରା,ତ୍ରିନାଥ ଗୋୖଡ଼,ବିଜେପି ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଭାବଗ୍ରାହୀ ପାଳ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ବିପିନ୍ ଦାସ,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ପ୍ରବୀର ପାତ୍ର,ସ୍ମିତା ସ୍ନିଗ୍ଧା ପାତ୍ର,ଜଗନ୍ନାଥ ଜେନା ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

,

LEAVE A REPLY

Please enter your comment!
Please enter your name here