ସ୍ବର୍ଗତ ମନୋଜ ଚୌଧୁରୀଙ୍କ ସ୍ମୃତିରେ ରକ୍ତଦାନ ଶିବିର

0
11

ବୁଗୁଡା ୧୧/୯/୨୪ ବୁଗୁଡାର ସ୍ବର୍ଗତ ମନୋଜ କୁମାର ଚୌଧୁରୀଙ୍କ ସ୍ମୃତିରେ ସେପ୍ଟେମ୍ବର ୧୧ ତାରିଖ ଦିନ ବୁଗୁଡାର ପ୍ରାଣୀ ସମ୍ପଦ ଚିକିତ୍ସାଳୟ ନିକଟସ୍ଥ ମିଶନ ଶକ୍ତି ଭବନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ମନୋଜ କୁମାର ଚୌଧୁରୀ ଜଣେ ଆଧ୍ୟାତ୍ମିକବାଦୀ, ମିଷ୍ଟଭାଷୀ, ସମାଜସେବୀ ଓ ସୁନାମଧନ୍ୟ ଚିକିତ୍ସକ ଥିଲେ। ତାଙ୍କର ସ୍ମୃତିରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ବୃନ୍ଦ ୬୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମରେ ଟି.ସୁଦର୍ଶନ ପାତ୍ର, ତ୍ରିମଲ ରାଓ ଚୌଧୁରୀ, ଟି. ଚିନ୍ମୟ ପାତ୍ର, ଆଲୋକ କୁମାର ପୃଷ୍ଟି, ଆଇସାରାଣୀ ପ୍ରଧାନ, ୟୁ. ରୀନା ପାତ୍ର, ଦେବରାଜ ରଥ, ସନୋଜ କୁମାର ଜେନା, ନୀଳାଦ୍ରି ମହାପାତ୍ର, ଗଣେଶ ପ୍ରଧାନ, ଓମ ପାତ୍ର, ବିପିନ ବିହାରୀ ପାଣିଗ୍ରାହୀ , ସୁଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here