ମହାମାୟୀ କଲେଜରେ ତୃତୀୟ ଆନ୍ତଃ ବିଭାଗୀୟ ଆଲୋଚନାଚକ୍ର

0
15

ବ୍ରହ୍ମପୁର,୧୨/୦୯/୨୦୨୪ :ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଆଇ କ୍ବୁ ଏ ସି ତରଫରୁ ବିଭିନ୍ନ ବିଭାଗର ସମିଶ୍ରଣରେ ଆନ୍ତଃ ବିଭାଗୀୟ ସିରିଜ୍ ର ତୃତୀୟ ଆଲୋଚନାଚକ୍ର ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ଅନୁମତି କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ” ତୃତୀୟ ଲିଙ୍ଗି ଙ୍କ ସମସ୍ୟା ଓ ସମାଧାନ” ସମ୍ପର୍କିତ ଶୀର୍ଷକରେ ଆଲୋଚନା କରାଯାଇଥିଲା। ଏଥିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ଅରୁନ୍ଧତୀ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିର୍ଷକ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରଶାସନିକ ଅଧିକାରଣୀ ଡ ଜୟନ୍ତୀ ରାଣୀ ପଣ୍ଡା, ଆଇ କ୍ବୁ ଏ ସି ସଂଯୋଜିକା ଡ. ସୁଜାତା ପଣ୍ଡିତ,ସଦସ୍ୟା ଡ. ସ୍ଵର୍ଣ୍ଣଲତା ପଟ୍ଟନାୟକ ସମେତ ସମସ୍ତ ବିଭାଗୀୟ ମୁଖ୍ୟା, ଅଧ୍ୟାପିକା ଅଧ୍ୟାପକ ଯୋଗ ଦେଇଥିଲେ l ଶେଷ ବର୍ଷର ଶତାଧିକ ଛାତ୍ରୀ ଏହି ଆଲୋଚନାରେ ଯୋଗଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here