କୋଠା ସଉକିଆ ଯନ୍ତ୍ରୀ ଗିରଫ

0
14

ବ୍ରହ୍ମପୁର,୧୨/୦୯/୨୦୨୪: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁ ଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।ଗତକାଲି ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଶ୍ରୀ ସ୍ବାଇଁ ଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ୯ ଟି ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା,ମୁଲ୍ୟବାନ ପ୍ଳଟ, ବହୁ ସ୍ଥାବର ,ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା ଇତ୍ୟାଦି ଠାବ କରିଥିଲେ।୨ଟି ୪ ମହଲା, ୨ଟି ୩ ମହଲା ଓ ୨ଟି ୨ ମହଲା କୋଠା ଠାବ ହୋଇଥିଲା।ବ୍ରହ୍ମପୁର ତୁଳସୀନଗର ରେ ପ୍ରାସାଦ ସଦୃଶ୍ୟ ୪ ମହଲା କୋଠା ଯାହାର ମୂଲ୍ୟ ୨.୪ କୋଟି,ଭଞ୍ଜନଗର ବାଗ୍‌ଦେବୀ ରୋଡ୍‌ରେ ୬ ହଜାର ବର୍ଗଫୁଟର ୪ ମହଲା କୋଠା,ଭଞ୍ଜନଗର ବାଗ୍‌ଦେବୀ ରୋଡ୍‌ରେ ଆଉ ଏକ ୩ ମହଲା କୋଠା,ଭଞ୍ଜନଗରରେ ୨୫୦୦ ବର୍ଗଫୁଟର ଆଉ ଏକ ୩ ମହଲା କୋଠା,ଭଞ୍ଜନଗର ୬ ନମ୍ବର ୱାର୍ଡରେ ଗୋଟିଏ, ଲୁଡୁଲୁଡିରେ ଗୋଟିଏ ୨ ମହଲା କୋଠା,ଭଞ୍ଜନଗରରେ ୪ଟି ଏବଂ ବ୍ରହ୍ମପୁରରେ ଗୋଟିଏ ଘରଯୋଗ୍ୟ ପ୍ଲଟ ଠାବ ହୋଇଥିଲା।ଯନ୍ତ୍ରୀଙ୍କ ସୁନା ଗହଣା, ବ୍ୟାଙ୍କ ଜମା, ଗାଡ଼ି ଠାବ ହୋଇଥିଲା ଯାହାକି ତାଙ୍କର ଆୟ ଠାରୁ ୧୧୦୦ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ତଦନ୍ତ ରେ ଜଣାପଡିଛି। ଏହି ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ଯନ୍ତ୍ରୀ ଶ୍ରୀ ସ୍ବାଇଁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here