ଘରକୁ ଆସି ଗାଳି କରିବା ଓ ମାଡ ଦେବା ନେଇ ଥାନାରେ ଅଭିଯୋଗ।

0
12

ପୋଲସରା ୧୩/୯/୨୪ ଗଂଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ପୋଲସରା ପୋଲିସ ଥାନାର ଛଞ୍ଚାଣିଆ ପଲ୍ଲୀ ଗ୍ରାମର ସୁବ୍ରତ ଖଣ୍ଡୁଆଳଙ୍କ ଘରକୁ ସେହି ଗ୍ରାମର ଏକ ନିର୍ଦ୍ଦିଷ୍ଟ ଜାତିର ୨୫ ପରିବାରର ୩୫ ରୁ ଉର୍ଦ୍ଧ୍ବ ଲୋକମାନେ ତାଙ୍କ ଘରକୁ ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟାରେ ଆସି ସୁବ୍ରତ ଖଣ୍ଡୁଆଳଙ୍କୁ ମାଡ ମାରିବା ସହ ସୁବ୍ରତଙ୍କ ଜେଜେ ବାପା, ଜେଜେ ମାଆ ଓ ଦାଦାଙ୍କୁ ମାଡମାରି ରକ୍ତାକ୍ତ କରିଥିବା ନେଇ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲସରା ପୋଲିସ ଥାନା କେଶ ନଂ ୫୩୮ ତା-୧୨/୯/୨୪ ରିଖ ପ୍ରକାରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୯୧(୨), ୧୯୧(୩), ୧୯୦, ୧୧୫(୨), ୧୨୬(୨) ଓ ୩୨୪(୪) ଅନୁସାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି। ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here