ଓଡିଶାର ପୂର୍ବ ଘାଟ ଅଞ୍ଚଳରେ ମାନବ-ବନ୍ୟଜୀବ ସହଯୋଗର ଅଧ୍ୟୟନ କରିବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

0
13

ବ୍ରହ୍ମପୁର,୧୫/୦୯/୨୦୨୪:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ପୂର୍ବୀୟ ଘାଟ ଅଞ୍ଚଳରେ ମାନବ-ବନ୍ୟଜନ୍ତୁ ପ୍ରତିକ୍ରିୟା ସମ୍ବନ୍ଧୀୟ ଅଧିକାର ଆସୁଥିବା ସମସ୍ୟାଗୁଡିକୁ ଅନୁସନ୍ଧାନ କରିବା ଓ ଏହାକୁ ସମାଧାନ କରିବା ପାଇଁ ଏକ ପ୍ରୟାସ ଗ୍ରହଣ କରିଛି। ଏହି ପ୍ରକଳ୍ପଟି ପାଇଁ ନୂଆ ଦିଲ୍ଲୀ ସ୍ଥିତ ଭାରତ ସାମାଜିକ ବିଜ୍ଞାନ ଗବେଷଣା କେନ୍ଦ୍ର (ଆଇ ସି ଏସ ଏସ ଆଇ),୫ ବର୍ଷ ପାଇଁ ପ୍ରକଳ୍ପ ମିଳିଛି I ଏହି ପ୍ରକଳ୍ପ ରେ ଏମଡିଏସ ବିଶ୍ୱବିଦ୍ୟାଳୟ, ଆଜମେର; ଜାଭିୟର ଇନ୍ଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଓ ସେଣ୍ଟର ଫର୍ ଯୁଥ ଏଣ୍ଡ ସୋସିଆଲ୍ ଡେଭଲପମେଣ୍ଟ(ସି ଓ୍ବାଇ ଏସ ଡି), ଭୁବନେଶ୍ୱର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନେଟୱଇରକ ମାଧ୍ୟମରେ ମୁଲ୍ଟି-ଇନ୍ସ୍ଟିଟୁସନାଲ୍ ସହଯୋଗୀତାରେ ଏକାଠି ହୋଇ କାମ କରିବେ I”ପୂର୍ବୀୟ ଘାଟରେ ମାନବ-ବନ୍ୟଜନ୍ତୁ ସମସ୍ୟାର ସାମାଜିକ-ଇକୋଲୋଜିକାଲ୍ ସମାଧାନ ପାଇଁ ଅନୁସନ୍ଧାନ ମଡେଲ୍” ନାମକ ଏହି ବଡ଼ ପ୍ରକଳ୍ପରେ ୪ ପ୍ରକାରର ଜୀବଜାତି ଯେପରିକି ହାତୀ, ଚିତ୍ତା, ହରିଣ ଓ ସାପ ବିଷୟରେ ଅଧ୍ୟୟନ କରାଯିବ I ସହିତ ଏହି ପ୍ରକଳ୍ପ ସ୍ଥାନୀୟ ଓ କେନ୍ଦ୍ର ସରକାରକୁ ନୀତି ସୁପାରିଶ ପ୍ରଦାନ କରିବା ଯାହା ପାଇଁ ସାମାଜିକ-ଆର୍ଥିକ ଓ ଟେକ୍ନୋଲୋଜିକାଲ୍ ମଡେଲ୍ ଗୁଡିକୁ ସମ୍ପ୍ରୟୋଗ କରି ସମସ୍ୟାଗୁଡିକୁ ସମାଧାନ କରାଯିବ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଗୀତାଞ୍ଜଳି ଡାଶ ଏହି ଟୀମ୍‌କୁ ମାର୍ଗଦର୍ଶନ ଓ ପ୍ରଶାସନିକ ସହାୟତା ପ୍ରଦାନ କରି, ଯାହା ପ୍ରକଳ୍ପର ସଫଳତାରେ ସାହାଯ୍ୟ କରିଛନ୍ତି। ପରିବେଶ ବିଜ୍ଞାନ ବିଭାଗର ପ୍ରଫେସର୍ ବି. ଅଞ୍ଜନ କୁମାର ପ୍ରୁସ୍ତି (ପ୍ରକଳ୍ପ କୋଅର୍ଡିନେଟର), ଅର୍ଥନୀତି ବିଭାଗର ପ୍ରଫେସର୍ ସୁଧାକର ପାତ୍ରା, ଓ ପରିବେଶ ବିଜ୍ଞାନ ବିଭାଗର ଡ. ରାକେଶ ପାଉଲ, ଏମଡିଏସ ବିଶ୍ୱବିଦ୍ୟାଳୟ ପୂର୍ବତନ ଉପକୁଳପତି ପ୍ରଫେସର୍ କେ. କେ. ଶର୍ମା, ଜାଭିୟର ବିଶ୍ୱବିଦ୍ୟାଳୟର ଡ. ସାଗରିକା ମିଶ୍ର, ଓ ସେଣ୍ଟର ଫର୍ ଯୁଥ ଏଣ୍ଡ ସୋସିଆଲ୍ ଡେଭଲପମେଣ୍ଟର ମିସ୍ସ୍ ଅନିଷା ଅନୁଷ୍ଠୁପା, ଗବେଷଣାର ପ୍ରଶ୍ନବଳୀ ତିଆରି କରି ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି।ଏହି ରିସର୍ଚ୍ଚର ସମସ୍ତ ଅଧ୍ୟୟନ ସିଟିଜେନ୍ ସାଇନ୍ସ ଆଧାରିତ ମଡେଲ୍ ମାଧ୍ୟମରେ କରାଯିବ। ହାତୀ, ଚିତ୍ତା, ହରିଣ ଓ ସାପ ଜନସଂଖ୍ୟା ବୃଦ୍ଧି, ବନ୍ୟଜନ୍ତୁର ସଂରକ୍ଷଣରେ ଏହି ରିସର୍ଚ୍ଚ ସାହାଯ୍ୟ କରିବ I

LEAVE A REPLY

Please enter your comment!
Please enter your name here