ପାଣ୍ଡିରିପଡା ମେଡ଼ିକାଲରେ NQAS ସମ୍ବର୍ଦ୍ଧନା ଉତ୍ସବ

0
11

ପୋଲସରା ୧୫/୯/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ପାଣ୍ଡିରିପଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (PHC) ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ NQAS ପୁରସ୍କାର ପାଇଥିବା ଯୋଗୁଁ ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମେଡ଼ିକାଲ ଅଫିସର ବିଜୟ କୁମାର ଭୂୟାଁ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ଗୋପବନ୍ଧୁ ବେହେରା, ବ୍ରହ୍ମପୁର ସିଟି ମେଡ଼ିକାଲର ଡାକ୍ତର ବ୍ରଜ କିଶୋର, କ୍ୱାଲିଟ ମ୍ୟାନେଜର ସଞ୍ଜୟ କୁମାର ପରିଡା, ସ୍ଥାନୀୟ ବିଶିଷ୍ଠ ସମାଜସେବୀ ପୀତବାସ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ପ୍ରଭାକର ପଣ୍ଡା, କରୁଣା ଟ୍ରଷ୍ଟ ପକ୍ଷରୁ ହରେକୃଷ୍ଣ ପ୍ରହରାଜ ଓ ଆୟୁଷ ମେଡ଼ିକାଲ ଅଫିସର ଡାକ୍ତର ସୁନୀଲ କୁମାର ଦଳେଇ ପ୍ରମୁଖ ଯୋଗଦେଇଥିଲେ। କରୁଣା ଟ୍ରଷ୍ଟ ପରିଚାଳିତ ପାଣ୍ଡିରିପଡା ମେଡ଼ିକାଲ ଆଦିବାସୀ ବହୁଳ ଗ୍ରାମାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରି ସମ୍ମାନ ଜନକ NQAS ପୁରସ୍କାର ପାଇଥିବା ଯୋଗୁଁ ଅତିଥି ବୃନ୍ଦ ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ମେଡ଼ିକାଲର ସଂଯୋଜକ କୃଷ୍ଣଚନ୍ଦ୍ର ପୋଲାଇ ଓ ଫାର୍ମାସିଷ୍ଟ ଗଣେଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here