ଭାରତ ବିରୋଧୀ ମନ୍ତବ୍ୟ ଦେବା ରାହୁଲଙ୍କ ଚିରାଚରିତ ସ୍ୱଭାବ: ଡା. ଯତୀନ ମହାନ୍ତି

0
9

ଭୁବନେଶ୍ୱର,୧୫/୦୯/୨୦୨୪: ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶ ଶିଖରକୁ ଦୃତ ଗତିରେ ଅଗ୍ରସର ହେଉଥିବାବେଳେ ସଂସଦର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ ଏଥିରେ ଅନ୍ତରାୟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଗତ ସପ୍ତାହରେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଥିଲାବେଳେ ଭାରତ ଓ ଭାରତୀୟ ସମ୍ପ୍ରଦାୟ ବିରୋଧରେ ଯେଉଁଭଳି ଭାବେ ହୀନ ମନ୍ତବ୍ୟ ଦେଇଥିଲେ, ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଏବଂ ଲଜ୍ଜାଜନକ । ଏହା ରାହୁଲଙ୍କ ଭାରତ ବିରୋଧି ମନ୍ତବ୍ୟ ସିରିଜ୍‌ରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ଦେଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡା. ଯତୀନ୍ ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା.ମହାନ୍ତି କହିଛନ୍ତି ଯେ, ବିଦେଶରେ ଥିଲାବେଳେ ଭାରତ ବିରୋଧରେ ମନ୍ତବ୍ୟ ଦେବା, ଏହାର ଗଣତନ୍ତ୍ର ଓ ବୈଶିଷ୍ଠତାଠାରୁ ଆରମ୍ଭ କରି ସଂସ୍କୃତି ଏବଂ ପରମ୍ପରାକୁ ନିନ୍ଦା କରିବା ରାହୁଲଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ବିଦେଶ ଗସ୍ତରେ ଥିବା ଶ୍ରୀ ଗାନ୍ଧୀ ଶିଖ୍ ସମ୍ପ୍ରଦାୟ ବିରୋଧରେ ବକ୍ତବ୍ୟ ଦେଇ ସେମାନଙ୍କ ସ୍ୱାଭିମାନ, ବଳିଦାନ, ବିରତ୍ୱକୁ ଅପମାନିତ କରିଛନ୍ତି । ଏହା କେବଳ ଶିଖ୍ ସଂପ୍ରଦାୟ ଭାଇ ଭଉଣୀଙ୍କୁ ନୁହେଁ, ବରଂ ସମଗ୍ର ଭାରତବର୍ଷକୁ ଲଜ୍ଜିତ କରିଛି । ଏଭଳି ମନ୍ତବ୍ୟ ତାଙ୍କର ତୁଚ୍ଛ ମାନସିକତାର ପରିଚୟ ଦେଇଛି ବୋଲି ଡା.ମହାନ୍ତି କହିଛନ୍ତି ।
ରାହୁଲଙ୍କ ପାରିବାରିକ ସମ୍ପର୍କ ଇଟାଲି, କଲୋମ୍ବିଆ,ସ୍ପେନ, ଥାଇଲାଣ୍ଡ ସହ ଥାଇପାରେ । କିନ୍ତୁ ଭାରତ ଏକ ଭିନ୍ନ ରାଷ୍ଟ୍ର ଏବଂ ସଭ୍ୟତାର ଏନ୍ତୁଡ଼ିଶାଳ । ଏଠାରେ ବସବାସ କରୁଥିôବା ପ୍ରତ୍ୟେକ ନାଗରିକ ଜଣେ ଜଣେ ଗର୍ବିତ ସୁସନ୍ତାନ । ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟକୁ ସମୃଦ୍ଧ କରିବାରେ ସେମାନଙ୍କର ବଡ଼ ଭୂମିକା ରହିଛି । ମାତ୍ର ଶ୍ରୀ ରାହୁଲଙ୍କ ଏଭଳି ମନ୍ତବ୍ୟ ଦ୍ୱାରା କଂଗ୍ରେସର ପ୍ରକୃତ ଚେହେରା ପଦାରେ ପଡ଼ିଯାଇଛି । ପୂର୍ବ ଦଶନ୍ଧିରେ ଭାରତକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଏହି ଦଳ ଅନେକ ଷଡ଼ଯନ୍ତ୍ର କରିଥିଲା । ଆଜି ମଧ୍ୟ ଏଭଳି କାର୍ଯ୍ୟରୁ କଂଗ୍ରେସ ଦଳ ନିବୃତ ହୋଇପାରିନାହିଁ । ରାହୁଲଙ୍କ ପରିବାରର ପୂର୍ବପୁରୁଷମାନେ ମଧ୍ୟ ଦେଶକୁ ବିଭାଜିତ କରିବା ପାଇଁ ଅନେକଥର ହୀନ ପ୍ରୟାସ କରିଛନ୍ତି । ଏବେ ରାହୁଲ ମଧ୍ୟ ସେମାନଙ୍କ ପଥ ଅନୁସରଣ କରୁଛନ୍ତି । ଏଭଳି କାର୍ଯ୍ୟରୁ ରାହୁଲ ଓ ତାଙ୍କ ଦଳ କ୍ଷାନ୍ତ ରୁହନ୍ତୁ ବୋଲି ଡା.ମହାନ୍ତି କହିଛନ୍ତି ।
ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଭାରତର ଭବିଷ୍ୟତ ଗଢ଼ିବା ପାଇଁ ପ୍ରୟାସ କରୁଛି । ଏଥିରେ ଶିଖ୍ ସମ୍ପ୍ରଦାୟର ଏକ ଗୁରୁ୍‌୍‌ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏନେଇ ରାହୁଲ ଓ ତାଙ୍କ ଦଳକୁ ଭଗବାନ ସଦ୍‌ବୃଦ୍ଧି ଦିଅନ୍ତୁ । ରାହୁଲ ଆଜିକାଲି ଆଉ ପପୁ ହୋଇ ରହିନାହାନ୍ତି ବୋଲି ତାଙ୍କ ରାଜନୈତିକ ଗୁରୁ ଶ୍ୟାମ୍ ପିଟ୍ରୋଡା କହିଥିଲେ । ଏହାର ଅର୍ଥ ରାହୁଲ ଆଜି ପର୍ଯ୍ୟନ୍ତ ପପୁ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ତାଙ୍କର ପପୁ ଗୁଣ ଯାଇନାହିଁ । ବିଦେଶେରେ ଭାରତକୁ ବଦ୍‌ନାମ କରିବାର ପ୍ରୟାସରୁ ରାହୁଲ ଗାନ୍ଧୀ ନିବୃତ ରୁହନ୍ତୁ ।
ସମଗ୍ର ବିଶ୍ୱ ଏବେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଭାରତବର୍ଷର ସଂସ୍କୃତି, ଅଖଣ୍ଡତା, ସଭ୍ୟତା ଓ ସାମ୍ପ୍ରଦାୟିକ ସଦ୍‌ଭାବକୁ ସ୍ୱୀକାର କରିଛି । ଏଭଳି ସ୍ଥିତିରେ ଭାରତକୁ ପୁନର୍ବାର ପଛକୁ ଠେଲିଦେବା ପାଇଁ କଂଗ୍ରେସ ଯେଉଁଭଳି ଅପଚେଷ୍ଠା କରୁଛି ତାହାକୁ ଲୋକେ ଜାଣିସାରିଲେଣି । ଏଥିଯୋଗୁ ଗତ ୩ଟି ନିର୍ବାଚନରେ ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । କଂଗ୍ରେସ ଦଳର ଏଭଳି ମାନସିକତା ହିଁ ଏଥିପାଇଁ ଦାୟୀ । ଭାରତ ଏକ ଓ ଅଭିନ୍ନ । ଏଥିରେ କୌଣସି ପ୍ରକାର ଧାର୍ମିକ କଟକଣା ଆଜି ପର୍ଯ୍ୟନ୍ତ ନାହିଁ କିମ୍ବା ଆଗାମୀ ଦିନରେ ରହିବ ନାହିଁ । ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ କରତାର ସାହେବ କରିଡର ହେଉ ଅବା ବୀରବାଲ ଦିବସ କିମ୍ବା ଶିଖ୍ ସମ୍ପଦ୍ରାୟର ୩୦୦ ବର୍ଷ ପୂର୍ତି ଉପଲକ୍ଷେ ବିଶ୍ୱରେ ଉତ୍ସବ ମନାଯିବା ଭଳି କାର୍ଯ୍ୟ ହୋଇଛି । ଏହା ବିଜେପିର ବଳିଷ୍ଠ ନେତୃତ୍ୱ ଯୋଗୁ ହିଁ ସମ୍ଭବ ହୋଇପାରିଛି । ତେଣୁ କଂଗ୍ରେସ ନିଜର ସ୍ଥିତିକୁ ସମୀକ୍ଷା କରି ଏଭଳି ଭାରତ ବିରୋଧି ମନ୍ତବ୍ୟରୁ ଦୂରେଇ ରହିବାକୁ ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here