ପୋଲସରାରେ ପୋସ୍କୋ ଆଇନ ସଚେତନତା ଶିବିର

0
10

ପୋଲସରା, ୧୫/୯/୨୪ : ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୋଲସରା ସମିତି ସମ୍ମିଳନୀ କକ୍ଷରେ ପୋସ୍କୋ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଳୁକା ଆଇନ ସେବା ପ୍ରାଧିକରଣ ସଭାପତି ଅତିରିକ୍ତ ଜିଲ୍ଲା ଜଜ ବିଶ୍ୱରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ କୋଦଳା ଜେ.ଏମ୍.ଏଫ୍.ସି ବିଚାରପତି ହିମାଂଶୁ ଶେଖର ଆଚାର୍ଯ୍ଯ, ପୋଲସରାର ଜେ.ଏମ୍.ଏଫ୍.ସି ବିଚାରପତି ଏ. ଅବିନାଶ ନାଇଡୁ, ପୋଲସରା ବିଡିଓ କୁରେସ ଚନ୍ଦ୍ର ଜାନୀ, କୋଦଳା ଓକିଲ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ପୋଲସରା ଓକିଲ ସଂଘ ସଭାପତି ବଳରାମ ପ୍ରଧାନ, କୋଦଳା ଏପିପି ସୁବାସ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପ୍ରମୁଖ ମଞ୍ଚାସିନ ଥିଲେ । ଶିଶୁମାନେ ହେଉଛନ୍ତି ଦେଶର ଆଗାମୀ ଦିନର ଭବିଷ୍ୟତ। ସେମାନଙ୍କ ସୁରକ୍ଷା ଓ ଯତ୍ନ ପ୍ରତ୍ୟେକ ଦେଶବାସୀଙ୍କର ଦାୟିତ୍ବ । ଶିଶୁମାନଙ୍କର ସୁରକ୍ଷା ଓ ଅଧିକାର ଦେବା ପାଇଁ ଭାରତ ସରକାର ପୋକ୍ସୋ ଆକ୍ଟ କରିଛନ୍ତି। ପୋକ୍ସୋ ଆଇନରେ ରହିଥିବା ସୁଯୋଗ ଓ ପୀଡ଼ିତାଙ୍କୁ ଦିଆଯାଉଥିବା କ୍ଷତିପୂରଣ ଓ ସହାୟତା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଦାୟିତ୍ବ ସରକାରଙ୍କ ରହିଛି । ଲିଙ୍ଗଗତ ମତଭେଦକୁ ଦୂରେଇ ଦୁଷ୍କର୍ମର ଶିକାର ହୋଇଥିବା ପିଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ସମସ୍ତ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟ ଅତିଥି ସଚେତନ କରିଥିଲେ । ଭାରତର ନ୍ୟାୟପାଳିକାରେ ପୀଡ଼ିତାଙ୍କ ସମସ୍ତ ତଥ୍ୟ ଗୋପନ ରଖାଯିବା ସହ ତାଙ୍କୁ ପୁନଃ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ପିଡିତାଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ଚେତନାରେ ସଂପୂର୍ଣ୍ଣତା ଆଣିବା ପାଇଁ ଆଇନଗତ ସୁବିଧା ରହିଥିବା କୁହାଯାଇଥିଲା । ପୋକ୍ସୋ ଆଇନ ସମ୍ୱନ୍ଧୀୟ ବିଭିନ୍ନ ଧାରା ଓ ପୋକ୍ସୋ ଆଇନରେ ପୀଡିତାଙ୍କ ପାଇଁ ମିଳୁଥିବା କ୍ଷତି ପୂରଣ ଓ ଏହାର ନିରାକରଣ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ଶିବିରରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଆଇନଜୀବୀ ମାନେ ପୋକ୍‌ସୋ ଆକ୍ଟ ସଂପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୋଲସରା ଓକିଲ ସଂଘର ସମ୍ପାଦକ କବିରାଜ ଦାସ, ଉପସଭାପତି ହର ପ୍ରସାଦ ଦାସ, ସହ ସମ୍ପାଦକ ଦେବାଶିଷ ପାତ୍ର ଓ କୋଷାଧ୍ୟକ୍ଷ ବିଜୟ କୁମାର ଶାସମଲ, ଶରତ ଚନ୍ଦ୍ର ପଟ୍ଟନାୟକ, ବ୍ରଜବନ୍ଧୁ ଦଳବେହେରା, ସୁଶାନ୍ତ କୁମାର ସାହୁ, ସିଡ଼ିପିଓ ତିଳୋତ୍ତମା ରାଉତ, ଅଙ୍ଗନୱାଡ଼ି ସୁପରଭାଇଜର୍, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here