ଅନୁପମ ଭାରତ ର ସ୍ଵନକ୍ଷତ୍ର ଦିବସ ପାଳିତ

0
10

ବ୍ରହ୍ମପୁର, ୧୬/୦୯/୨୦୨୪: ଦୈନିକ ଖବର କାଗଜ ଅନୁପମ ଭାରତ ର ୨୮ତମ ସ୍ଵନକ୍ଷତ୍ର ଦିବସ ସୋମବାର ଶିଳ୍ପାଞ୍ଚଳ ସ୍ଥିତ ମୂଖ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ରୂପେ ବରିଷ୍ଠ ଶିକ୍ଷାବିତ୍ ହୟଗ୍ରୀବ ତ୍ରିପାଠୀ ଯୋଗ ଦେଇ ଅନୁପମ ଭାରତ ର ଉତ୍ସବ ଲାଗି ସଭିଙ୍କୁ ଶୁଭେଛା ଦେବା ସହ ପ୍ରତିଷ୍ଠାତା ସ୍ୱର୍ଗତଃ କାଳି ଚରଣ ପଣ୍ଡା ଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ତମ୍ବକାର ଭି.ରାଜେନ୍ଦ୍ର ରାଜୁ ଯୋଗ ଦେଇ ଆଜିର ଯୁଗରେ ଖବର କାଗଜ ର ଆବଶ୍ୟକତା ସଂପର୍କ ରେ କହିଥିଲେ । ବରିଷ୍ଠ ସହ ସଂପାଦକ ପ୍ରମୋଦ କୁମାର୍ ପଣ୍ଡା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ ଏହି ଅବସରରେ ମଞ୍ଚାସିନ ରହିବା ସହ ପ୍ରାରମ୍ଭରେ ଏକ ଭଜନ ଗାନ କରିଥିଲେ । ଶେଷରେ ବରିଷ୍ଠ ସହ ସଂପାଦକ ଡ୍ ହରିଶ ଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । କୁରେଶ ପଣ୍ଡା, ରଜତ ପଣ୍ଡା, ପ୍ରଶ୍ନଜିତ୍ ପଣ୍ଡା , ରାଜାରାଓ ଙ୍କ ସମେତ ବହୁ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here