୯ ଘଣ୍ଟାର ପରିଶ୍ରମ ପରେ କୂଅ ଭିତରୁ ଷଣ୍ଢ ଉଦ୍ଧାର

0
11

ପୋଲସରା ୧୬/୯/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ନୂଆଁ ନଦୀ ସାହିର ଏକ କୂଅରେ ଏକ ଷଣ୍ଢ ପଡିଯାଇଥିବା ବେଳେ ଦିର୍ଘ ୯ ଘଣ୍ଟାର ପରିଶ୍ରମ ପରେ କୂଅରୁ ଷଣ୍ଢଟି ଉଦ୍ଧାର ହୋଇଥିବା ଜଣାପଡିଛି। ଗ୍ରାମାଞ୍ଚଳ ପ୍ରତି ବିଦ୍ୟୁତ ବିଭାଗର ଅଣଦେଖା ଯୋଗୁଁ ବହୁ ସମୟ ବିଦ୍ୟୁତ କାଟ ହେଉଛି। ଯାହା ଫଳରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗୃହ ପାଳିତ ପଶୁମାନେ ମଧ୍ୟ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଯେଉଁ ସମୟରେ ଷଣ୍ଢଟି ଜକର ଗ୍ରାମର କୂଅରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିଲା ସେତେବେଳେ ଗ୍ରାମରେ ବିଦ୍ୟୁତ ନଥିଲା। ଷଣ୍ଢ ଟି ଖାଦ୍ଯ ଅନ୍ୱେଷଣରେ ଘୂରି ବୁଲୁଥିବା ସମୟରେ ଜକର ଗ୍ରାମର ପ୍ରମୋଦ ନାହକଙ୍କ ବାରିରେ ଥିବା ଏକ କୂଅ ଭିତରକୁ ଖସି ପଡିଥିଲା। ଷଣ୍ଢଟି କୂଅରେ ଖସିପଡିବା ବେଳେ ଶବ୍ଦ ହେବାରୁ ସେଠାକାର କିଛି ଲୋକେ କୂଅରେ ଆଲୁଅ ପକାଇ ଦେଖିବା ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ୯ ଘଣ୍ଟା କଠୋର ପରିଶ୍ରମ କରି ଜୀବନ୍ତ ଅବସ୍ଥାରେ ଷଣ୍ଢକୁ କୂଅରୁ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here