“ଶ୍ରୀ ଜଗନ୍ନାଥ ଚେତନା ଜାଗରଣ ସଂଘ” ଗଠିତ

0
10

ପୋଲସରା , ୧୬/୯/୨୪ : ଆଧୁନିକତାର ବଶବର୍ତ୍ତୀ ହୋଇ ଯୁବ ସମାଜ ଦିନକୁ ଦିନ ପ୍ରଥଭଷ୍ଟ ହେବାରେ ଲାଗିଛନ୍ତି । ଆମ ସଂସ୍କାର ମଧ୍ୟରେ ଜଡ଼ିତ ଥିବା ଜଗନ୍ନାଥ ସଂସ୍କୃତିକୁ ଆମେ ଧିରେ ଧିରେ ଭୁଲି ଯିବାକୁ ବସିଲେଣି । ଯାହା ଆଗାମୀ କାଲିର ଯୁବପିଢ଼ି ତଥା ସମଗ୍ର ସମାଜ ପାଇଁ ଶୁଭଙ୍କର ନୁହେଁ । ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ ଓ ସୁଧାର ଆଣିବା ପାଇଁ ପୋଲସରା ଲୁଣିଘାଟି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ,ଜ୍ଞାନୀଗୁଣି ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଜଗନ୍ନାଥ ସଂସ୍କୃତିକୁ ଭଲପାଉଥିବା ଯୁବକମାନଙ୍କୁ ନେଇ ନୂତନ ଭାବେ “ଶ୍ରୀ ଜଗନ୍ନାଥ ଚେତନା ଜାଗରଣ ସଂଘ ” ଗଠନ କରାଯାଇଛି । ବିଶିଷ୍ଟ ପଣ୍ଡିତ ତଥା ପ୍ରବଚକ ସୁବ୍ରତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଲୋଚନା ପରେ ” ଶ୍ରୀ ଜଗନ୍ନାଥ ଚେତନା ଜାଗରଣ ସଂଘ” ଗଠନ ପାଇଁ ନୂତନ କମିଟିର ସଦସ୍ୟ ଚୟନ ହୋଇଥିଲା । ଜଗନ୍ନାଥ ସଂସ୍କୃତିର ପ୍ରଚାର ତଥା ଶାନ୍ତି, ମୈତ୍ରୀ ଓ ସାମାଜିକ ଉନ୍ନତିକୁ ଆଗେଇ ନେବାକୁ ସର୍ବସମ୍ମତି କ୍ରମେ ଏକ ୨୭ ଜଣିଆ କମିଟି ଗଠନ କରାଗଲା । ଶ୍ରୀ ଜଗନ୍ନାଥ ଚେତନା ଜାଗରଣ ସଂଘର ପୃଷ୍ଠ ପୋଷକତା ଭାବେ ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ୧୦ ଜଣଙ୍କୁ ମନୋନୀତ କରାଯାଇଛି । ସଂଘର ସଭାପତି ଭାବେ ଶିଶିର କୁମାର ରଥ, ଉପସଭାପତି ଭାବେ ଯଜ୍ଞ ନାରାୟଣ ସାହୁ , ସଂପାଦକ ଭାବେ ରବିଦ୍ର ନାରାୟଣ ପୃଷ୍ଟି ,ସହ ସଂପାଦକ ଭାବେ ପ୍ରେମଚାନ୍ଦ ସାହୁ , କୋଷାଧ୍ୟକ୍ଷ ଭାବେ ପ୍ରଭାକର ସାହୁ , ସହ କୋଷାଧ୍ୟକ୍ଷ ଭାବେ ପ୍ରବୀଣ କୁମାର ପ୍ରଧାନ ଓ ସହ ସଂଗଠକ ଭାବେ ଶିବାଜୀ ପାତ୍ର ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସଂଘ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବରରେ ୦୮ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥଙ୍କ ପଞ୍ଚରାତ୍ର ମହୋତ୍ସବ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପୃଷ୍ଠପୋଷକତା ନୂତନ କମିଟି ସଦସ୍ୟ ବିବେକାନନ୍ଦ ପଣ୍ଡା ,ମନୋଜ କୁମାର ଘଡେଇ, ଅଭିମନ୍ୟୁ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ସୁଦାମ ମହାରଣା, ବାଳକୃଷ୍ଣ ସାହୁ, ଗିରିଜା ଶଙ୍କର ବିଷୋୟୀ, ନାରାୟଣ ସାହୁ, ଦୁର୍ଗା ମାଧବ ରଥ , ଦିଲ୍ଲୀପ ସାହୁ ଓ ପ୍ରଣବାନନ୍ଦ ତ୍ରିପାଠୀ ପ୍ରମୁଖ ସମେତ ସମସ୍ତ ଉପଦେଷ୍ଟା କର୍ମକର୍ତ୍ତା ମାନେ ଯୋଗ ଦେଇ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଆଗେଇ ନେବେ।

LEAVE A REPLY

Please enter your comment!
Please enter your name here