ଏକ ଲକ୍ଷ ଏକ ଟଙ୍କାରେ ନିଲାମ ହେଲା ୫୨ କିଲୋ ଗଣେଷ ଙ୍କ ଆଜ୍ଞା ଲଡୁ

0
11

ବ୍ରହ୍ମପୁର,୧୬/୦୯/୨୦୨୪:
ରଙ୍ଗେଇଲୁଣ୍ଡା ବ୍ଲକ କୋଠାରସିଂ ପଞ୍ଚାୟତ ଭାଲିଆଗଡ଼ ଗ୍ରାମର ଶ୍ରୀ ସିଦ୍ଧା ବିନାୟକ ପୂଜା କମିଟି ପକ୍ଷରୁ ଆୟୋଜିତ  ଗଣେଷ ପୂଜା ଉତ୍ସବର ନବମ ଦିନରେ  ପରମ୍ପରା ଅନୁଯାଇ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟରେ ବିସର୍ଜନ ପୂର୍ବରୁ ଗଣେଷଙ୍କ ଆଜ୍ଞାଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ପୂଜା କମିଟି ସଭାପତି ତଥା ସମିତି ସଭ୍ୟ ଆଶିଷ ରାଉଳଙ୍କ ସଭାପତିତ୍ୱରେ ଆଜ୍ଞାଲଡୁ ନିଲାମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ୫୨ କିଲୋ ବିଶିଷ୍ଟ ଆଜ୍ଞାଲଡୁର ନିଲାମରେ ୬ଟି ଟିମ ନିଲାମ ପ୍ରକ୍ରିୟାରେ  ସାମିଲ ହୋଇ ଅଂଶ ଗ୍ରହଣ କରିଥିବା ବେଳେ ଲଡୁ ନିଲାମ ୩୦, ୦୦୦ହଜାର ଟଙ୍କାରୁ ଆରମ୍ଭ ହୋଇ ପରିଶେଷରେ ରୟଲ ଟିମ ଶୀର୍ଷ ସ୍ଥାନରେ ରହି  ୧ଲକ୍ଷ ୧ଟଙ୍କାରେ ଆଜ୍ଞାଲଡୁ ପ୍ରାପ୍ତ କରିଥିଲା l ପ୍ରଭୁ  ଗଣେଷଙ୍କ ନିକଟରେ ପୂଜା ପାଉଥିବା ଲଡୁ ନିଲାମ ପ୍ରକ୍ରିୟା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା l ନିଲାମରୁ ମିଳିଥିଵା ଅର୍ଥ ରାଶି ଆସନ୍ତା ବର୍ଷ ପୂଜାରେ ବିନିଯୋଗ କରାଯିବ ବୋଲି ପୂଜା କମିଟି ସଭାପତି ଶ୍ରୀ ରାଉଳ କହିଛନ୍ତି l ନିଲାମ କାର୍ଯ୍ୟକ୍ରମରେ ଏମ. ଜାନକୀ ରାମ, ଏମ. ଜଗା ରାଓ,ଜିତେନ୍ଦ୍ର ସେଠି,ଶିବ ବେହେରା,ବି. ନର୍ସିଙ୍ଗୁଲୁ,ଏମ. ମିଟୁ,ଏ. କ୍ରିଷ୍ଣା,ଏମ.ଶ୍ରୀନୁ,ଧର୍ମା ଏବଂ ଶ୍ରୀନୁ ସମେତ ଶତାଧିକ ଯୁବକ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here