ବାଘାଡି ଗ୍ରାମରେ ମହାଭାରତ ନାଟକ ମଞ୍ଚସ୍ଥ

0
10

ପୋଲସରା ୧୬/୦୯/୨୪ ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ବଘାଡି ଗ୍ରାମରେ ୧୬/୦୯/୨୪ ତାରିଖ, ସୋମବାର ଦିନ ପୌରାଣିକ ନାଟକ ମହା ଭାରତ ମଞ୍ଚସ୍ଥ ହୋଇଯାଇଛି। ଶ୍ରୀ ଶ୍ରୀ ଚୈତନ୍ୟ ଠାକୁର ନାଟ୍ଯକଳା ସଂସଦ, ବଘାଡି ଦ୍ବାରା ଦ୍ଵିତୀୟ ଅବଦାନରେ ଚନ୍ଦ୍ରବଂଶ ସଂଘର୍ଷର ବିରଳ ସ୍ମୃତିକୁ ମହାଭାରତ ନାଟକରେ କଳାକାରମାନଙ୍କ ଦ୍ବାରା ପରିବେଷଣ କରାଯାଇଛି। ଏହି ନାଟକକୁ ଓଡ଼ିଶା ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପଶୁ ପାଳନ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୁଖ୍ୟ ଅତିଥି ଭାବେ ନଗଦେଇ ଉଦଘାଟନ କରିଥିଲେ। ଏହି ନାଟକରେ ଅନ୍ଧ ବିଶ୍ବାସ ଦୂର କରିବା ସହ ନିଜର ସଂସ୍କୃତି ଓ ପରମ୍ପରା ବିଷୟରେ ବିଶେଷ ଜ୍ଞାନ ଆହାରଣ କରି ବିକଶିତ ପୋଲସରା ନିର୍ବାଚନ ମଣ୍ଡଳୀ ଗଢିବା ପାଇଁ ସେ ନିଜର ମତ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ନଗର ସଭାପତି କେଦାରନାଥ ମହାରଣା, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ବଳରାମ ପ୍ରଧାନ, ମନୋଜ କୁମାର ଖଟୁଆ, ନିଳାଞ୍ଚଳ ପଣ୍ଡା, ରାଜେନ୍ଦ୍ର ପାତ୍ର, ରଘୁନାଥ ପଣ୍ଡା, ପ୍ରସନ୍ନ ଡାକୁଆ, ମୋତିରାମ ସାହୁ, ପଞ୍ଚାନନ ଦାସ, ମହେଶ୍ୱର ପରିଡ଼ା, ଦିପକ କୁମାର ପୋଲେଇ, ବାମନ ସାହୁ, ଯଜ୍ଞ ନାରାୟଣ ସାହୁ, ଭାସ୍କର ନାହାକ, ରାମକୃଷ୍ଣ ପ୍ରଧାନ ଯୋଗଦେଇଥିଲେ। ନାଟକର ରଚନା ଲୋକନାଥ ବେହେରା କରିଥିବା ବେଳେ ମହେଶ୍ବର ବିଷୋୟୀ ନିର୍ଦ୍ଦେଶନା ଦେଇଥିଲେ। ସୁମନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମ୍ୟାନେଜର ସତ୍ଯବାନ ସାହୁ, ମୁନା ପ୍ରଧାନ, ବିଦେଶୀ ପ୍ରଧାନ, ଅଧିକାରୀ ମହେଶ୍ୱର ସାହୁ ବିଜୟ ପ୍ରଧାନ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here