ରାଜଧାନୀ ମୁଖ୍ୟ ରେ ଦ୍ରୁତ ଗତି ସହ ବେପରୁଆ ଗାଡି ଚାଳନା। ୫ଜଣ ଙ୍କୁ ବାନ୍ଧିଲା ପୋଲିସ

0
12

ଭୂବନେଶ୍ୱର,୧୬/୦୯/୨୦୨୪:
ରାଜଧାନୀ ଭୂବନେଶ୍ୱର ରେ ଆତଙ୍କ । ଦିନ ଦ୍ୱିପ୍ରହରରେ ଛାତି ଥରାଇ ଦେଲା ଭଳି ଷ୍ଟଣ୍ଟ ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ମୁଖ ରାସ୍ତାରେ। ଷ୍ଟଣ୍ଟ ତ ନୁହେଁ ପୁରା ହିଟ୍ ଆଣ୍ଡ ରନ୍ ଭଳି ପରିସ୍ଥିତି । ଅଳ୍ପକେ ବର୍ତିଯାଇଥିଲା ଏକାଧିକ ଜୀବନ ।ଆଜି ଦିନ ଦ୍ବିପ୍ରହର ରେ ରାମ ମନ୍ଦିରରୁ ରୂପାଲି ଛକ ମୁଖ୍ୟରାସ୍ତା ରେ ୪ଟି ଏସୟୁଭି କାର୍ ଯାଉଥିଲା ଅତି ଦ୍ରୁତ ଗତିରେ ।ସେଥିରୁ ଗୋଟିଏ କାର୍ ଅତି ବିପଦପୂର୍ଣ ଭାବେ ରାସ୍ତାରେ ଗତି କରି କରୁଥିଲା । କେତେବେଳେ ସାପ ଭଳି କାର୍ ଚଲା ଯାଉଥିଲା ତ ପୁଣି କେତେବେଳେ ଫୁଟପାଥ ଉପରେ ଚଢାଇ ଦେଉଥିଲା ଚାଳକ ଜଣକ । ନିଜ ଡାହାଣ ଓ ବାମ ପଟେ ଯାଉଥିବା ଅନ୍ୟ ଚାଳକଙ୍କୁ ବି ସାଇଡ୍ ମାରିବାକୁ ପଛାଉ ନ ଥିଲା କାର୍ ଚାଳକ । କେବଳ ସେତିକି ନୁହେଁ, କାର ଝରକା ଦେଇ ଜଣେ ବାହାରକୁ ଝୁଲି ରହିଥିଲେ ।ହାତରେ ସବୁଜ ରଙ୍ଗର ପତାକା ଧରି ହଲାଇ ଚିକ୍ରାର କରୁଥିଲେ । କାରଟି ଏପରି ଢଙ୍ଗରେ ରାସ୍ତାରେ ଯାଉଥିଲା ସତେ ଯେମିତି ଡ୍ରାଇଭର ହିଁ ନାହାନ୍ତି କିମ୍ବା କାର୍ ନିଜ ଉପରୁ ନିୟନ୍ତ୍ରଣ ହରାଇଛି । କିନ୍ତୁ ସେମିତି କିଛି ନୁହେଁ, କାର୍ ଡ୍ରାଇଭର ଅତି ଉତ୍ସାହିତ ହୋଇ ଏପରି ଗାଡି ଚଳାଉଛନ୍ତି ଯେ ଅନ୍ୟର ସୁରକ୍ଷା ଭୁଲି ଯାଇଛନ୍ତି । ଏହି କାର ଚାଳକଙ୍କୁ ସୁର କ୍ଷା ଦେଉଛନ୍ତି ଆଉ ୩ଟି କାର୍ ।ସେମାନେ ବି ସମାନ ବେଗରେ ଗାଡି ଚଲାଉଛନ୍ତି । କାରର ଉପରେ ସନ୍ ରୁଫ୍ ରେ ଛିଡା ହୋଇ ଚିକ୍ରାର କରୁଛନ୍ତି । ଏପରି ଦୃଶ୍ୟ ଜନପଥରେ ଆତଙ୍କ ସୃଷ୍ଟି କରିଥିଲା । କାର ପଛରେ ଯାଉଥିବା ଗାଡି ଚାଳକ କିଛି ସମୟ ପାଇଁ ସେହି ଆତଙ୍କ ସୃଷ୍ଟିକାରୀ କାର୍ ଠାରୁ ଦୁରେଇ ଯାଇଥିଲେ ।କିଛି ଯୁବକ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରି ପୋଲିସର ଦୃଷ୍ଟି ଆକର୍ଷଣ କରିବା ପରେ ପୋଲିସ ଏହି ଘଟଣା ପ୍ରତି ତୁରନ୍ତ ପଦକ୍ଷେପ ନେଇଛି । ପୋଲିସ ନିଜ ଆଡ ମାମଲା ରୁଜୁ କରି ମୋଟ ୩ଟି କାର୍ ଜବତ କରିଥିବାବେଳେ ୫ ଜଣଙ୍କୁ ଗିରଫ କରିଛି । ଏହା ସହ ଫେରାର ଥିବା ଅନ୍ୟ ଯୁବକଙ୍କୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here