ପୋଲସରା ବ୍ଲକ ଓ ଏନ୍ ଏ ସି ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

0
9

ପୋଲସରା ୧୭/୦୯/୨୪ ସମଗ୍ର ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରର ଜନତା ମୈଦାନରେ ନିଜର ୭୪ ତମ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖ ଦିନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୋଲସରା ବ୍ଲକ ଓ ଏନ୍ଏସି ରେ ମଧ୍ଯ ଏହାର ଶୁଭାରମ୍ଭ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲେଯେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ। ସେହି ପ୍ରତିଶ୍ରୁତି ପ୍ରକାରେ ରାଜ୍ୟ ବିଜେପି ସରକାର ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଞ୍ଚ ବର୍ଷରେ ୫୦ ହଜାର ଟଙ୍କା ମହିଳାମାନଙ୍କୁ ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରତ୍ୟେକ ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଜମା ଖାତାକୁ ୧୨୫୦,୦୦,୫୫,୦୦୦/- (ବାର ଶହ ପଚାଶ କୋଟି ପଞ୍ଚାବନ ହଜାର ଟଙ୍କା) ପ୍ରଦାନ କରାଯାଇଛି। ଯାହାଦ୍ୱାରା ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପୋଲସରା ଲୁଣିଘାଟି ପଡ଼ିଆରେ ବ୍ଳକ ସ୍ତରୀୟ ସୁଭଦ୍ରା ଯୋଜନା ବିଡ଼ିଓ କୁରେଶ ଚନ୍ଦ୍ର ଜାନକୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୁଷି ମାଝୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର ରୁବୀ ବେହେରା, ବିପିଏମ ଗଙ୍ଗାଧର ମିଶ୍ର, ସିଡିପିଓ ତିଳୋତ୍ତମା ରାଉତ ଏବଂ ଏନଏସିର ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here