ବୁଗୁଡା ବ୍ଲକ ଓ ଏନ୍ ଏ ସି ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

0
8

ବୁଗୁଡା ୧୭/୦୯/୨୪ ସମଗ୍ର ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରର ଜନତା ମୈଦାନରେ ନିଜର ୭୪ ତମ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖ ଦିନ କରିଛନ୍ତି। ଏହି ଅବସରରେ ବୁଗୁଡା ବ୍ଲକ ଓ ଏନ୍ଏସି ରେ ମଧ୍ଯ ଏହାର ଶୁଭାରମ୍ଭ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲେଯେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ। ସେହି ପ୍ରତିଶ୍ରୁତି ପ୍ରକାରେ ରାଜ୍ୟ ବିଜେପି ସରକାର ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଞ୍ଚ ବର୍ଷରେ ୫୦ ହଜାର ଟଙ୍କା ମହିଳାମାନଙ୍କୁ ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୭ ତାରିଖ ଦିନ ସମଗ୍ର ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଜମା ଖାତାକୁ ୧୨୫୦,୦୦,୫୫,୦୦୦/- (ବାର ଶହ ପଚାଶ କୋଟି ପଞ୍ଚାବନ ହଜାର ଟଙ୍କା) ପ୍ରଦାନ କରାଯାଇଛି। ଯାହାଦ୍ୱାରା ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବୁଗୁଡା ବ୍ଲକ ବିଡ଼ିଓ ସନ୍ତୋଷ କୁମାର ଜେନା ଓ ବୁଗୁଡା ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଦ୍ୱୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଗୁଡା ପିପୁଲସ ହାଇ ସ୍କୁଲ ମିନି ଷ୍ଟାଡିୟମରେ ମିଳିତଭାବେ ସୁଭଦ୍ରା ଯୋଜନର କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗପାଣି ଜେନା, ସାଂସଦ ପ୍ରତିନିଧି କାହ୍ନୁ ଚରଣ ଖଟେଇ ଓ ସିଡିପିଓ ବବିତା କୁମାରୀ ପଣ୍ଡା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ଜନପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here