ଦକ୍ଷିଣ ଓଡିଶା ରେଳପଥ ବିକାଶ ପାଇଁ ବିଧାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ

0
6

ବୁଗୁଡା ୧୮/୯/୨୪ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କୁ ତାଙ୍କ ବାସଭବନରେ ଘୁମୁସର ବିକାଶ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏଥିରେ ଗୋପାଳପୂର-ରେଢ଼ାଖୋଲ ରେଳପଥ ନିର୍ମାଣ କିପରି ତ୍ୱରାନ୍ୱିତ ହେବ ସେଥିପାଇଁ ସାଂସଦ, ମନ୍ତ୍ରୀ ଓ ବିଧାୟକ ବୃନ୍ଦ ଏକଜୁଟ ହୋଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଭାବିତ କରୀ ଦାବୀ ହାସଲ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି। ବିଧାୟକ ମହୋଦୟ ମଧ୍ୟ ଏ ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ମଂଜୁର ଆଗାମୀ ବଜେଟରେ ହେବବୋଲି ପ୍ରତିଶୃତି ଦେଇଛନ୍ତି। ମାନ୍ୟବର ବିଧାୟକ ଶ୍ରୀ ନାୟକ କନ୍ଧମାଳ ମାନ୍ୟବର ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ମାନ୍ୟବର ରେଳ ବିଭାଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଥିଲେ। ଗୋପାଳପୁର ରେଢ଼ାଖୋଲ ରେଳପଥ ସହ ଫୁଲବାଣୀ ଯୋଡ଼ି ହେବା ଦ୍ୱାରା ଏହି ଦିଗରୁ ସବୁ ପ୍ରତିବନ୍ଧକ ହଟିଛି ବୋଲି ସେ ସୂଚାଇ ଥିଲେ। ଏହି ରେଳପଥରେ ଗଡିବାକୁ ଥିବା ଟ୍ରେନ ର ନାମ ଉପେନ୍ଦ୍ର ଭଞ୍ଜ ଏକ୍ସପ୍ରେସ ରହୁ ବୋଲି ମତ ପ୍ରକାଶ ପାଇଥିଲା। ଓକିଲ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଓ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଘୁମୁସର ବିକାଶ ପରିଷଦ ତଥା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ସୋମନାଥ ନାୟକ, ଉପସଭାପତି ସନ୍ତୋଷ କୁମାର ତିଆଡି, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଏହି ଆଲୋଚନାର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବନମାଳୀ ଲେଙ୍କା ପଣ୍ଡିତ ବିପ୍ର ଚରଣ ସାହୁ, ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ପୀତାମ୍ବର ପରିଡା, ରଘୁନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here