Home ବ୍ରହ୍ମପୁର ସ୍ପେଶାଳ “ଘୁମୁସର ର ସ୍ବର” ପକ୍ଷରୁ ୧୪୧ ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

“ଘୁମୁସର ର ସ୍ବର” ପକ୍ଷରୁ ୧୪୧ ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

0
3

ବୁଗୁଡ଼ା , ୨୦/୯/୨୪ : ଓଡ଼ିଆ ଭାଷା ,ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” , ବାଲିପଦର ପକ୍ଷରୁ ଟିକାବାଲି ଏ.ଏମ୍.ସି.ଏସ. କଲେଜ ପରିସରରେ ସଙ୍ଗଠନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରିନ୍ସପାଲ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଜାତିର ଗୌରବ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ସମ୍ପର୍କିତ ଏକ ଅଲୋଚନା ଚକ୍ରକୁ ଜି.ଉଦୟଗିରି ପୋଲିସ ଥାନା ଆଇଆଇସି ଭଗବାନ ପୂଜାରୀ ଉଦଘାଟନ କରିଥିଲେ। ଆଲୋଚକ ଚକ୍ରରେ କବି ଅନନ୍ତ କର, ଗୌରୀଶଙ୍କର ମିଶ୍ର, ସୁକୁମାର ବିଶ୍ବାଳ, ଇଂ. ଡକ୍ଟର ସଞ୍ଜୟ କୁମାର ପଣ୍ଡା, ଡକ୍ଟର ବିଷ୍ଣୁ ପ୍ରିୟା ପଣ୍ଡା ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଗବତ ଓଡ଼ିଆ ଜାତିର ପ୍ରାଣ, ସବୁ ସମୟରେ ମଣିଷ ସମାଜକୁ ଦିଗ୍ଦର୍ଶନ ଦେଇ ଆସିଛି, ଭାଗବତକୁ ଛାଡି ଓଡ଼ିଆର ଗୌରବ କଥା ଚିନ୍ତା କରାଯାଇ ପାରିବ ନାହିଁ। ଏଣୁ ଯୁବ ସମାଜ, ଛାତ୍ରଛାତ୍ରୀ ପ୍ରତ୍ୟେହ ଭାଗବତ ଅଧ୍ଯୟନ କଲେ ଶୃଙ୍ଖଳିତ ଜୀବନ ଯାପନ ସହ ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ସହାୟକ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। ଦ୍ବିତୀୟ ଅଧିବେଶନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା କବିତା ଆସର କବି ସଞ୍ଜୟ କୁମାର ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଚାଶ ଜଣ କବି କବିତା ପାଠ କରିଥିଲେ। ଡ.ବିଷ୍ଣୁ ପ୍ରିୟା ପଣ୍ଡା (ଟିକାବାଲି) ଡ.ଇଂ.ସଞ୍ଜୟ କୁମାର ପଣ୍ଡା (ବୌଦ୍ଧ)ଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ପାଇଁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଖଲି ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ କୈଳାଶ ଚନ୍ଦ୍ର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ। ଜି.ରାଜେଶ୍ବର ପାତ୍ର, ଧ୍ରୁବ ଚରଣ ପାଣିଗ୍ରାହୀ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସହଯୋଗ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!