ଗୋପାଳପୁର ରେ ପ୍ରଧାନ ଶିକ୍ଷକ ସମ୍ମିଳନୀ

0
2

ବ୍ରହ୍ମପୁର,୨୧/୦୯/୨୦୨୪:
ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ରେ ଥିବା ସବୁ ହାଇସ୍କୁଲ ର ପ୍ରଧାନ ଶିକ୍ଷକଙ୍କ ଦଶମ ମାସିକ ସମ୍ମିଳନୀ ଗୋପାଳପୁର ପି ଏମ୍ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ଯୋଗ ଦେଇ ବିଦ୍ୟାଳୟ ସୁପରିଚାଳନା ସହ ୟୁଡ଼ାଇସ୍ ସମ୍ପର୍କ ରେ ତାଲିମ ପ୍ରଦାନ କରିଥିଲେ । ସିଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । ପଞ୍ଚ ସଖା ଶିକ୍ଷା ସେତୁର ସଂଯୋଜକ ସୁଶ୍ରୀ ପାୟଲ ଦାଶ ଆକାଙ୍କ୍ଷୀ ଉପରେ ଆଲୋଚନା କରିଥିଲେ ।ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ସ୍ଵାଗତ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।ବିଭିନ୍ନ ଆଲୋଚନାରେ ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ପଣ୍ଡା ,ସୁଶ୍ରୀ ଚାନ୍ଦିନୀ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ବିନାୟକ ତ୍ରିପାଠୀ ବୈଦିକ ମନ୍ତ୍ର ପାଠ କରିଥିବା ବେଳେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଆର. ବାଲ୍ ରାଜୁ ,ଗାୟତ୍ରୀବାଳା ସାହୁ ,ପୂଜା ପାଢ଼ୀ ,ରଶ୍ମିତା ମହଙ୍କୁଡ ,ଶିବା ପାଡ଼ାଲ ,ରବି ଶଙ୍କର ପାଣିଗ୍ରାହୀ, ଏସ୍. ସୌଜନ୍ୟା ,ଏମ କୈଳାସ ,ସି ଏଚ ଚନ୍ଦ୍ର ମୋହନ ରେଡ୍ଡୀ ,ସ୍ଵର୍ଣ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here