କବିତା ସଂକଳନ ପୁସ୍ତକ “ମାଟିର ମୋହ” ଉନ୍ମୋଚିତ

0
17

ବୁଗୁଡ଼ା , ୨୨/୯/୨୪ ବିଶିଷ୍ଠ କବି ତଥା ସୁନାମଧନ୍ୟ ସାହିତ୍ୟିକ ଡକ୍ଟର କୁଳମଣି ଓଝାଙ୍କ ମୁଖବନ୍ଧ ଏବଂ କବି ଡକ୍ଟର ସୁଶାନ୍ତ ଜେନା ଓ କବି ଲିଙ୍ଗରାଜ ଜେନାଙ୍କ ଅମୁଲ୍ଯ ଅଭିବ୍ୟକ୍ତିରେ ସଂକଳିତ କବି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ କବିତା ସଂକଳନ ପୁସ୍ତକ “ମାଟିର ମୋହ” ଉନ୍ମୋଚିତ ହୋଇଯାଇଛି। କବିତା ପୁସ୍ତକ ଉନ୍ମୋଚନ ଉତ୍ସବରେ “ବୌଦ୍ଧଚକ୍ର ସାହିତ୍ୟ ସଂସଦ”ର ସଭାପତି ଡକ୍ଟର ଇଂ.ସଞ୍ଜୟ କୁମାର ପଣ୍ଡା, ପ୍ରଧ୍ୟାପିକା ଡକ୍ଟର ବିଷ୍ଣୁ ପ୍ରିୟା ପଣ୍ଡା, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଭଗବାନ ପୂଜାରୀ, ବରିଷ୍ଠ ସାହିତ୍ୟିକ ଓ କବି ଅନନ୍ତ କର, ଶିକ୍ଷାବିତ୍ ସୁକୁମାର ବିଶ୍ବାଳ, ଗୌରୀଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ “ମାଟିର ମୋହ” କବିତା ପୁସ୍ତକକୁ ସମୀକ୍ଷାକରି କବି ଡକ୍ଟର ଶ୍ରୀ ପାତ୍ରଙ୍କ କବିତା ପୁସ୍ତକର କାବ୍ୟଦୃଷ୍ଟି ଓ ସୌନ୍ଦର୍ଯ୍ୟାଭିମୁଖୀ ଜୀବନ ଦର୍ଶନ, ଅର୍ଥାନ୍ବିତ ଭାବ ପ୍ରସାରି ପାଠକ ପ୍ରାଣରେ ଅନାସ୍ବାଦିତ ନିତ୍ୟନୂତନ ଭାବ କଲ୍ଲୋଳ ସୃଷ୍ଟି କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ କବି ଅଜିତ୍ କୁମାର ତ୍ରିପାଠୀ, କବି ମନୋଜ କୁମାର ଭୋଇ, ଧ୍ରୁବ ପାଣିଗ୍ରାହୀ, ଖଲି ପରିଡା, କୈଳାଶ ଚନ୍ଦ୍ର ପ୍ରଧାନ, ଜି.ରାଜେଶ୍ବର ପାତ୍ର ପ୍ରମୁଖ ଯୋଗଦେଇ ସଂକଳନ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here