ଛତ୍ରପୁର ସ୍ଥିତ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ରେ ଦୁର୍ନୀତି ଅଭିଯୋଗ। ତଦନ୍ତ ନହେବାର କାରଣ ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ ସହଭାଗୀତା ଥିବା ଅନୁମେୟ। ଭିଜିଲାନ୍ସ ତଦନ୍ତ ସାପେକ୍ଷ

0
18

ବ୍ରହ୍ମପୁର,୨୨/୦୯/୨୦୨୪:ରାଜ୍ୟ ସରକାର ସହରାଞ୍ଚଳରେ ପିଇବା ପାଣି ପାଇଁ ଯୋଜନା କରି କୋଟି କୋଟି ବ୍ୟୟବରାଦ କରୁଛନ୍ତି ଏବଂ ଏଥ୍ ସହ ଏହାର ମରାମତି ଓ ଜଳ ଯୋଗାଣ ପରିଚାଳନା ପାଇଁ ମଧ୍ଯ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। କିନ୍ତୁ କିଛି ଯନ୍ତ୍ରୀ ଓ ଠିକାଦାର ବେନିୟମ କାର୍ଯ୍ୟ ପାଇଁ ସରକାରୀ ଯୋଜନା ର ସଫଳ ରୂପାୟନ ହୋଇପାରୁନାହିଁ । ଏମିତି ଏକ ଉଦାହରଣ ଦେଖ‌ିବାକୁ ମିଳୁଛି ଛତ୍ରପୁର ସ୍ଥିତ ଭଞ୍ଜନଗର ଜନ ସ୍ୱାସ୍ଥ୍ୟ ଡିଭିଜନ ଅଧ୍ୱରେ।ଏହି କାର୍ଯାଳୟ ଅଧ୍ଵନ ରେ ମରାମତି ଓ ଜଳ ଯୋଗାଣ ପରିଚାଳନା ପାଇଁ ଠିକା କର୍ମଚାରୀ ନିୟୋଜିତ କରି ଶ୍ରମ ବିଭାଗ ଲାଇସେନ୍ସ ନଥିବା ଠିକାଦାର ଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।
ଯାହାକି ସମ୍ପୂର୍ଣ୍ଣ ବେନିୟମ ।ଠିକାଦାର ଙ୍କ ନିକଟରେ ନା ଅଛି ଶ୍ରମ ବିଭାଗର ଲାଇସେନ୍ସ ନା ଅଛି ଠିକା କର୍ମଚାରୀ ଙ୍କ ପାଇଁ ଇ ପି ଏଫ ସୁବିଧା। ପୁଣି ମରାମତି ଓ ଜଳ ଯୋଗାଣ ପାଇଁ ମିଥ୍ୟା ବିଲ୍ ଜରିଆରେ ସରକାରୀ ରାଜସ୍ଵ ଲୁଟ ଦିନ ଦ୍ବିପହର ରେ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ,ଏହି କାର୍ଯ୍ୟାଳୟ ମୁଖ୍ୟ ତଥା ନିର୍ବାହୀ ଯନ୍ତ୍ରୀ ବା ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ ଜଣକ ଏଠାରେ ଦୀର୍ଘ ଦିନ ଧରି ଅବସ୍ଥାପିତ ହୋଇ ଭଲ ପି.ସି ଆଦାୟ କରିବା ସହ ଗତ ନିର୍ବାଚନ ସମୟରେ ଦଳୀୟ ଚାନ୍ଦା
ପାଇଁ ମିଥ୍ୟା ବିଲ୍ ଜରିଆରେ ରାଜସ୍ବ ଲୁଟ ନେଇ ଜନୈକ ଅଧସ୍ଥନ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତ ରେ ଏହା ପ୍ରକାଶ କରିଛନ୍ତି। ଉକ୍ତ କାର୍ଯାଳୟ ର ଅଧସ୍ଥନ କର୍ମଚାରୀ ମାନେ କୈଣସି ସମସ୍ୟା ନେଇ ଅଭିଯୋଗ କରିବା ପାଇଁ ଗଲେ ଯନ୍ତ୍ରୀ ମହୋଦୟ ସମୟ ଦେଉନଥ‌ିବା ବେଳେ ଠିକାଦାର ମାନଙ୍କୁ ନିଜ ଚାମ୍ବର
ରେ ଦୀର୍ଘ ସମୟ ଧରି ବୈଠକ କରୁଥିବା ଅଭିଯୋଗ ହେବା ପରେ ରାଜ୍ୟ ସରକାର ଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ସଂଖ୍ୟା-୭୨୨୮/ତା-୨୮/୦୩/୨୦୨୪ ରେ ଜନସ୍ବାସ୍ଥ୍ୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପଦକ୍ଷେପ ନେବା ପାଇଁ କୁହାଗଲା । କିନ୍ତୁ ସର୍ବୋଚ୍ଚ ଯନ୍ତ୍ରୀ ମହୋଦୟ ଙ୍କ ଅପାରଗତା ରୁ ହେଉ ବା ଅଜ୍ଞାତ ରୁ ହେଉ ପୁଣି ଦୁଇ ଦୁଇ ଥର ଚିଠି(ଚିଠି ସଂଖ୍ୟା-୩୫ ମୁଁ ୨୦୨୪ ଏବଂ ଚିଠି ସଂଖ୍ୟା-୫୪୭୬,ତା-୦୫/୦୬/୨୦୨୪)ରେ ବ୍ରହ୍ମପୁର ରେ ଅବସ୍ଥାପିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କୁ ତଦନ୍ତ ପାଇଁ ପଠାଇଛନ୍ତି। ଯେଉଁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ OPWD କୋର୍ଡ ଅନୁଯାୟୀ ନିଜର ଦାୟିତ୍ୱ ନିର୍ବାହ କରିନଥିବା ନେଇ ପୂର୍ବରୁ ଅଭିଯୋଗ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ,ଓଡ଼ିଶା ପବ୍ଲିକ୍ ୱାର୍କ ଡ଼ିପାର୍ଟମେଣ୍ଟ କୋଡ଼ ଅନୁଯାୟୀ ଅଧ୍ୟକ୍ଷଣ ଯନ୍ତ୍ରୀ ବା ଅତିରିକ୍ତ ମୂଖ୍ୟ ଯନ୍ତ୍ରୀ ନିଜ ସର୍କଲ ଅଧୀନରେ ଥିବା ପ୍ରତ୍ୟେକ ଡ଼ିଭିଜନ ର ପ୍ରତ୍ୟେକ ଟି କାର୍ଯ୍ୟକୁ ତଦାରଖ କରିବା ଅଖଣ୍ଡ କ୍ଷମତା ପ୍ରଦାନ କରିଛି | OPWD Code, Vol-1, Para-2-2 15, Para-2-2-16, Para-2-2-17 ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା, ସାଧାରଣ କାର୍ଯ୍ୟ ତଥା ପ୍ରଶାସନିକ ଦକ୍ଷତା ତଦାରଖ କରିବା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂକ୍ରାନ୍ତୀୟ ଖର୍ଚ୍ଚ ହେଉଥ‌ିବା ଅର୍ଥ ର ବିଲ୍ ଓ ଭାଉଚର କୁ ତଦାରଖ କରିବା ଅଧ୍ୟକ୍ଷଣ ଯନ୍ତ୍ରୀ ବା ଏବର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ କାର୍ଯ୍ୟ ହୋଇଥିଲେ ସୁଦ୍ଧା ବ୍ରହ୍ମପୁର ଠାରେ ଅବସ୍ଥାପିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏଥି ପ୍ରତି ହସ୍ତକ୍ଷେପ ନକରି କୋଟି କୋଟି ଟଙ୍କା ର ଦୁର୍ନୀତି କୁ ପ୍ରଶୟ ଦେଇଛନ୍ତି । ଯଦ୍ବାରା କାଗଜ ପତ୍ର ରେ କୋଟି କୋଟି ଟଙ୍କା ଦିନ ଦିପ୍ରହର ରେ ଲୁଟ ହେଉଥ‌ିବା ଅନୁମାନ କରାଯାଉଛି। ଏହି ଡିଭିଜନ କାର୍ଯାଳୟ ରୁ ସୁଚନା ଆଇନ ବଳରେ ସଂଗୃହିତ ବିଭିନ୍ନ କାର୍ଯ୍ୟ ଯଥା ମରାମତି ଓ ଜଳ ପରିଚାଳନା ର ତଥ୍ୟ ର ପ୍ରାୟ ୪ଶହ ପୃଷ୍ଠା ର ତଥ୍ୟ କୁ କଟକ ସ୍ଥିତ ଭିଜିଲାନ୍ସ ନିର୍ଦ୍ଦେଶାଳୟ କୁ ଡାକ ଯୋଗେ ପଠାଯାଇଛି।ଏହା ସହ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ଉଦ୍ଦେଶ୍ୟ ରେ ଆଉ କିଛି ଦୁର୍ନୀତି ସମ୍ପର୍କିତ ତଥ୍ୟ ମଧ୍ଯ ଉକ୍ତ କାର୍ଯାଳୟ ପକ୍ଷରୁ ଜାଣିଶୁଣି ପ୍ରଦାନ କରାଯାଇ ନଥିବା ମଧ୍ୟ ଅନୁମାନ କରାଯାଉଛି । ଏଣୁ ଏହି କାର୍ଯାଳୟ ର ସମସ୍ତ ବେନିୟମ କାର୍ଯ୍ୟ ତଥା ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ଦାବି ହେଉଛି। ଏହି ଡ଼ିଭିଜନ କାର୍ଯାଳୟ ଅଧିନରେ ହୋଇଥିବା ସମସ୍ତ କାର୍ଯ୍ୟକୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିଲେ ବହୁ ଦୁର୍ନୀତିର ପର୍ଦାଫାସ ହୋଇପାରିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ରାଜ୍ୟ
ସରକାର ଦୁର୍ନୀତିମୁକ୍ତ ତଥା ସ୍ଵଚ୍ଛ ଶାସନ ରୂପେ ପରିଚିତ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here