ମହାମାୟୀ କଲେଜରେ ଅଭିଭାବକ ସମ୍ମିଳନୀ ଏବଂ ପୁରାତନ ଛାତ୍ରୀ ସମାବେଶ

0
18

ବ୍ରହ୍ମପୁର, ୨୨/୦୯/୨୦୨୪:
ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ରେ ଏକ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଏବଂ ଏକ ପୁରାତନ ଛାତ୍ରୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଉଭୟ ସମ୍ମିଳନୀ ରେ କଲେଜ ପରିଚାଳନା କମିଟି ସଭାପତି ଡ. ଅରୁନ୍ଧତୀ ରଥ ସଭାପତିତ୍ବ କରିଥିଲାବେଳେ ବହୁ ଅଭିଭାବକ ଏବଂ ଶତାଧିକ ପୁରାତନ ଛାତ୍ରୀ ଯୋଗ ଦେଇ ନିଜ ନିଜର ବହୁମୂଲ୍ୟ ମତାମତ ରଖିଥିଲେ । ଅଭିଭାବକ ମାନେ କଲେଜ ଯିବା ପାଇଁ ବସ୍ ସେବାକୁ ଗୁରୁତ୍ୱ ଦେଇଥିଲେ । ଯେଉଁ ସେବା ବର୍ତ୍ତମାନ ଯାଏଁ କଲେଜରେ ଉପଲବ୍ଧ ନାହିଁ। ମୁଖ୍ୟତଃ ପାଠପଢ଼ା ଏବଂ କଳା କୌଶଳ ରେ କଲେଜର ଭୂମିକା କୁ ସମସ୍ତେ ପ୍ରଶଂସା କରିଥିଲେ । ପୁରାତନ ଛାତ୍ରୀ ମାନେ ଏହି କଲେଜ ରେ ପଢ଼ି ଆଜି ସେମାନେ ନିଜ ନିଜ ସ୍ଥାନରେ ପ୍ରତିଷ୍ଠିତ ହେବା ଏକ ଗୌରବ ର ବିଷୟ ବୋଲି ମତ ଦେଇଥିଲେ । କଲେଜ ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର, ପ୍ରଶାସନିକ ଅଧିକାରିଣୀ ଡ. ଜୟନ୍ତି ରାଣୀ ପଣ୍ଡା, ନାକ୍ ସଂଯୋଜିକା ଡ. ବାଣୀ ପଟ୍ଟନାୟକ, IQAC ସଂଯୋଜିକା ଡ. ସୁଜାତା ପଣ୍ଡିତ, “ଆମ ଗୌରବ ଆମ କଲେଜ” ସଂଯୋଜିକା ଡ ସ୍ବର୍ଣ୍ଣଲତା ପଟ୍ଟନାୟକ, ଅଭିଭାବକ ସମ୍ମିଳନୀ ସଂଯୋଜିକା ରୀତା ଚୌଧୁରୀ , ପୁରାତନ ଛାତ୍ରୀ ସମ୍ମିଳନୀ ସଂଯୋଜିକା ଡ ଅଳକା ରାଣୀ ଦାସ ମଞ୍ଚାସୀନ ଥିଲାବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଏହି ସମ୍ମିଳନୀରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here