ଭରତପୁର ଥାନା ଘଟଣାରେ ନିରେପକ୍ଷ ତଦନ୍ତ ପାଇଁ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

0
17

ବ୍ରହ୍ମପୁର,୨୩/୦୯/୨୦୨୪:
ଭୂବନେଶ୍ୱର ସ୍ଥିତ ଭରତପୁର ଥାନା ଘଟଣାରେ ନିରେପକ୍ଷ ତଦନ୍ତ ପାଇଁ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଗତ ୧୪ ତାରିଖ ମଧ୍ୟ ରାତ୍ରି ରେ ଭରତପୁର ଥାନାରେ ଘଟିଥ‌ିବା ଦୁର୍ଭାଗ୍ୟପୂର୍ଣ ଘଟଣାରେ ସଂପୃକ୍ତ ଥ‌ିବା ପୋଲିସ ଏବଂ ସେନା କର୍ମଚାରୀଙ୍କ ମଧ୍ୟରେ ଯାହା ସବୁ ଘଟିଗଲା ସେହି ସଂକ୍ରାନ୍ତରେ କ୍ରାଇମ୍ ବ୍ରାଞ୍ଚ୍ ଉଭୟ ପକ୍ଷରୁ ହୋଇଥିବା ପରସ୍ପର ବିରୋଧୀ ମକଦ୍ଦମା ଉପରେ ତଦନ୍ତ କରୁଅଛି।ତଦନ୍ତ ଚାଲିଥିଲା ବେଳେ ସେନା କର୍ମଚାରୀ ଏବଂ ତଥାକଥିତ ପିଡ଼ୀତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିରୀହ କାର୍ଯ୍ୟରତ ୫ଜଣ ପୋଲିସ କର୍ମଚାରୀଙ୍କୁ ଅଯଥାରେ ନିଳମ୍ବନ ପ୍ରକ୍ରୀୟାକୁ ସଂଘ ପକ୍ଷରୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ଏଥି ସହିତ ଉପରୋକ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ପ୍ରକୃତ ଦୋଷୀକୁ ଉଚିତ ଦଣ୍ଡ ଦିଆଯିବା ସହ ପୋଲିସ୍ କର୍ମଚାରୀଙ୍କ ନିଳମ୍ବନ ଆଦେଶ ପ୍ରତ୍ୟାହାର କରାଯିବା ପାଇଁ ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି।ସ୍ମାରକପତ୍ର ପ୍ରଦାନ ସମୟରେ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ସାହୁ,ଉପ ସଭାପତି ନିରଞ୍ଜନ ବେହେରା, ସଂପାଦକ ସହଦେବ ଗୌଡ,ସହ ସଂପାଦକ ପ୍ରାଣନାଥ ନାୟକ,ମନୋହର ବେହେରା, ଶାନ୍ତନୁ କୁମାର ପାଢୀ, ପ୍ରଶାନ୍ତ କୁମାର ସାହାଣୀ,ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here