ବ୍ରହ୍ମପୁର,୨୩/୦୯/୨୦୨୪:
ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ ,ମାସିକ ସର୍ବ ନିମ୍ନ ୨୬ ହଜାର ଦରମା ଓ ପୁରୁଣା ପେନସନ ଲାଗୁ କରିବା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ଦେଶ ବ୍ୟାପି କଳା ଦିବସ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି।ଏହାର ଅଂଶ ବିଶେଷ ଭାବେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକର ବ୍ରହ୍ମପୁର ଶାଖା ପକ୍ଷରୁ ସ୍ଥାନୀୟ ଶ୍ରମ କମିଶନର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧ ନୀତି ଗୁଡ଼ିକୁ ଅତିଶୀଘ୍ର ବାତିଲ କରିବା ପାଇଁ ସ୍ଲୋଗାନ ଦେଇଥିଲେ।ଅତିଶୀଘ୍ର ଶ୍ରମ କୋଡ଼କୁ ବାତିଲ କରିବା ,ସର୍ବନିମ୍ନ ଦରମା ମାସକୁ ୨୬ ହଜାର ଟଙ୍କା କରିବା ଏବଂ ଓପିଏସ ଲାଗୁ କରିବା ପାଇଁ ଦାବିକରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ସି ଆଇ ଟି ୟୁ ନେତା ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଏ ଆଇ ଟି ୟୁ ସି ନେତା କାମ ଦେବ ପାହାନ, ଆଇ ଏନ ଟି ୟୁ ସି ନେତା ଭୋକଲି ସେଠି, ଏଚ ଏମ ଏସ ର ସତ୍ୟ ତ୍ରିପାଠୀ, ଏ ଆଇ ୟୁ ଟି ୟୁ ସି ର ନିମାଇ ସାହୁ, ପାପୁନି ସାହୁ,ନୃସିଂହ ବ୍ରହ୍ମା, ସୁବୋଧ ସାହୁ, ମଧୁ ବେହେରା, ଏ ଭି ଏସ ପାତ୍ର ଏବଂ ରାଜା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।