ଝୋଲରୀ ଜୟ କିଶାନ ସେବାଶ୍ରମରେ ଖୁସିଙ୍କ ଜନ୍ମ ଉତ୍ସବ ପାଳନ

0
22

ବୁଗୁଡା, ୨୩/୯/୨୪ ଆନ୍ତର୍ଜାତୀୟ କନ୍ଯା ଦିବସ ଅବସରରେ ସେପ୍ଟେମ୍ବର ୨୩ ତାରିଖ ଦିନ ଭଞ୍ଜନଗର ବ୍ଳକର ବାହାଡାପଦର ଗ୍ରାମର ଗଞ୍ଜାମ ଜିଲ୍ଲା ୫୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଶୈଳବାଳା ବିଷୋୟୀ ଓ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ରାଜ୍ୟର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନାଙ୍କ ପରିବାର ପକ୍ଷରୁ ଝୋଲରୀ ଜୟ କିଶାନ ସେବାଶ୍ରମରେ, ଜରାନିବାସ ଅନ୍ତେବାସୀଙ୍କ ଗହଣରେ, ପ୍ରତିଷ୍ଠାନର ଉଦ୍ୟୋକ୍ତା କାର୍ତ୍ତିକେଶ୍ବର ବିଷୋୟୀଙ୍କ ତତ୍ତ୍ବାବଧାନରେ ଦେବାଂଶୀ ପ୍ରିୟ ଦର୍ଶନୀ (ଖୁସି)ଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଛି। ଜନ୍ମ ଦିବସ ଅବସରରେ ପରିବାର ପକ୍ଷରୁ ଜରାଶ୍ରମ ଅନ୍ତେବାସୀଙ୍କୁ ନୁତନ ବସ୍ତ୍ର, ଫଳ ଓ ବିଭିନ୍ନ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ତଥା ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା ଯୋଗଦେଇ ଅନ୍ତେବାସୀଙ୍କୁ ସ୍ବାସ୍ଥ୍ଯ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭବାନୀ ସ୍ବାଇଁ, ଝରଣା ଜେନା, ବିଶ୍ବନାଥ ଜେନା, ସୁଜାତା ଜେନା, ମୋତିଲାଲ ବିଷୋୟୀ, ଦିବ୍ୟା ରାଣୀ ଜେନା, ସୁରଭି ବିଷୋୟୀ, ଭରତ ଜେନା, ଅନିତା ବିଷୋୟୀ, ସୁଲତା ଜେନା ପ୍ରମୁଖ ଯୋଗଦେଇ କିଛି ସମୟ ପାଇଁ ଅନ୍ତେବାସୀଙ୍କ ସେବା କରିବାର ସୁଯୋଗ ପାଇ ଆତ୍ମ ସନ୍ତୋଷ ଲାଭ କରିଥିଲେ। ଶେଷରେ ଜରାନିବାସ ପକ୍ଷରୁ କାର୍ତ୍ତିକେଶ୍ବର ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here