ସେବା ସମର୍ପଣ ଦିବସ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

0
14

ବ୍ରହ୍ମପୁର,୨୩/୦୯/୨୦୨୪:
ସେବା ସମର୍ପଣ ଦିବସ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଗୋଳନ୍ଥରା ସ୍ଥିତ ଇସାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୨ତମ ଜନ୍ମଦିନ ଅବସରରେ ସାରା ରାଜ୍ୟରେ ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବୁଥ ରେ ସେବା ସମର୍ପଣ ସପ୍ତାହ ଆରମ୍ଭ ହୋଇଛି।ଏହି ପ୍ରରିପେକ୍ଷୀ ରେ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ମେଗା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଥିଲା।ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ କର କମଳ ରେ ଏହି ମେଗା ସ୍ୱାସ୍ଥ୍ୟ ଶିବିର ଉଦଘାଟନ ହୋଇଥିଲା।ବିଭିନ୍ନ ବିଭାଗ ର ଅଭିଜ୍ଞ ଡ଼ାକ୍ତର ମାନେ ଆସି ଲୋକ ମାନଙ୍କର ଙ୍କ ବିଭିନ୍ନ ରୋଗ ନିରୂପଣ କରିବା ସହ ଆବଶ୍ୟକୀୟ ଚିକିତ୍ସା କରିବା ସହ ପରାମର୍ଶ ଦେଇ ମାଗଣା ଔଷଧ ବଣ୍ଟନ କରିଥିଲେ। ଏହି ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ପଂଚାୟତ ରୁ ଶତାଧିକ ମହିଳା ପୁରୁଷ ମାନଙ୍କ ସମାଗମ ହୋଇଥିଲା।ଆସିଥିବା ରୋଗୀ ମାନଙ୍କ ଖାଇବା, ରହିବା ବ୍ୟବସ୍ଥା ସହ କିପରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ସେ ନେଇ ମନ୍ତ୍ରୀ ନିଜେ ଏହାର ତଦାରଖ କରିଥିଲେ।କରୋନା ମହାମାରୀ ସଂକଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବ କଲ୍ୟାଣ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିଛି ବୋଲି ସେ କହିଥିଲେ। ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଗଞ୍ଜାମ ଜିଲ୍ଲା ବିଜେପି ଉପସଭାପତି ଗଙ୍ଗାଧର ଶତପଥୀ, ରାଜେଶ କୁମାର ସାହୁ, ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର, ସମାଜସେବୀ ସୁନୀଲ କୁମାର ପାତ୍ର, ଗୋଲନ୍ଥରା ମଣ୍ଡଳ ସଭାପତି ସନତ କୁମାର ନାୟକ,କୋଲଥୀଗାଁ  ସରପଞ୍ଚ ଜଗମୋହନ ପାତ୍ର, ନିମଖଣ୍ଡି ମଣ୍ଡଳ ଗଙ୍ଗାଧର ପାତ୍ର, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here