“ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମରେ ଓଇରାଣୀ ବନ୍ଧ ପରିଷ୍କାର

0
8

ପୋଲସରା , ୨୪/୯/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମରେ ସେପ୍ଟେମ୍ବର ୨୪ ତାରିଖ ଦିନ ପୁରାତନ ପୁଷ୍କରିଣୀ “ଓଇରାଣୀ ବନ୍ଧ”କୁ ପରିଷ୍କାର କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟରତ ସମସ୍ତ ସ୍ୱଚ୍ଛସାଥି , ସୁପରଭାଇଜର୍ ଓ ଏନଏସି କର୍ମଚାରୀ ବୃନ୍ଦ ଏକାଠି ହୋଇ ଓଇରାଣୀ ବନ୍ଧକୁ ପରିଷ୍କାର କରି ପରିବେଶ ଓ ପରିମଳର ସ୍ଵଚ୍ଛତା ପାଇଁ ଓ ସଚେତନତା ପାଇଁ କାର୍ଯ୍ୟ କରିଥିଲେ। ଦିନେ ଏହି ଐତିହ୍ୟ ଓଇରାଣୀ ବନ୍ଧର ଜଳ ତତ୍କାଳୀନ ପୋଲସରା ଗ୍ରାମର ଅଧିକାଂଶ ପରିବାର ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ଦେଶ ପ୍ରଗତି ପଥରେ ଆଗେଇବା ପୋଲସରା ସହରରେ ପରିଣତ ହେବା ପରେ ସରକାରଙ୍କ ପକ୍ଷରୁ ନଳକୂପ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପରେ ଓଇରାଣୀ ବନ୍ଧ ଆଉ ଆବଶ୍ୟକ ପଡିଲାନାହିଁ। ଯାହାଦ୍ୱାରା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହି ଓଇରାଣୀ ପୋଖରୀ ଚାରିପଟେ ଅଳିଆ ଆବର୍ଜନା ଓ ଲତାବୁଦା ହୋଇ ଦୂଷିତ ପରିବେଶ ସୃଷ୍ଟି କରୁଥିଲା। ଏନ୍.ଏ.ସି ପକ୍ଷରୁ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ସଂପୂର୍ଣ୍ଣ ପୋଖରୀର ଅଳିଆ ଆବର୍ଜନାରୁ ମୁକ୍ତ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଜନସାଧାରଣଙ୍କୁ “ସ୍ବଛତା ହିଁ ସେବା” ବାର୍ତ୍ତା ପ୍ରଦାନ କରି ସଚେତନତା ସୃଷ୍ଟି କରାଯାଇଛି। ସାନିଟାରୀ ଏକ୍ସଫୋର୍ଟ ତେଜେଶ୍ବିନୀ ନାୟକ, ସୁପରଭାଇଜର୍ ଜେ.ଅର୍ପର୍ଣ୍ଣା ଆଚାରୀ , ସ୍ୱଚ୍ଛସାଥି ବବିତା ବେହେରା , ଗୀତାଞ୍ଜଳୀ ପ୍ରଧାନ, ମିନତୀ ଜେନା, ରିତାଞ୍ଜଳୀ ସାହୁ, ରଶ୍ମିତା ରାଉତ, ଲଭଲି ମଲ୍ଲିକ, ରୁନୁ ସାହୁ ଓ ସମସ୍ତ ବିଭାଗୀୟ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here