ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଟୁରିଜମ୍ ଏଣ୍ଡ ଟ୍ରାଭେଲ ଷ୍ଟଡିସ ବିଭାଗ ତରଫରୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ

0
13

ବ୍ରହ୍ମପୁର,୨୫/୦୯/୨୦୨୪:ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଟୁରିଜମ୍ ଏଣ୍ଡ ଟ୍ରାଭେଲ ଷ୍ଟଡିସ ବିଭାଗ ତରଫରୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ ଙ୍କ ପୌରହିତ୍ୟ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଏହି ଦିବସ ର ବିଷୟବସ୍ତୁ “ପର୍ଯ୍ୟଟନ ଓ ଶାନ୍ତି” ରହିଥିବା ବେଳେ ଏହି ଅବସର ରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭାଗ ପକ୍ଷ ରୁ କ୍ୟାମ୍ପିଂ ପର୍ଯ୍ୟଟନ ରେ ଔଦ୍ୟୋଗିକ ସମ୍ଭାବନା ଆଧାରିତ ଏକ ଦିବସିୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୱଣ୍ଡର ଲୁଷ୍ଟରସ କମ୍ପାନୀ ର ସି ଇ ଓ ସୌରଭ ସ୍ବପ୍ନିଳ ଓ ସି ଏମ ଓ ଶିବାଂଶ ପ୍ରତାପ ସିଂହ ଏହି ଦିଗ ଉପରେ ଆଲୋକପାତ କରିଥିଲେ। ଏହା ସହିତ ବିଭାଗ ପକ୍ଷରୁ କୁଇଜ୍ ଓ ଫୋଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆସନ୍ତା ୩ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ବିଭାଗୀୟ ସଂଯୋଜକ ସୂଚନା ଦେଇଛନ୍ତି। ଶେଷ ଦିନ ରେ ଓ ଆଇ ଏମ ଏସ ଇ ଏ ଏସ ର ଡାଇରେକ୍ଟର (ରିସର୍ଚ୍ଚ) ଡ. ସୁନୀଲ କୁମାର ପଟ୍ଟନାୟକ ବକୃତା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ରେ ପି ଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ ତ୍ରିପାଠୀ ଙ୍କ ସମେତ ଅନ୍ୟ ପ୍ରାଧ୍ୟାପକ ରୀତୁ ତିୱାରୀ , ଇକବାଲ୍ ଭଟ୍ଟ , କଳ୍ପନା ବେହେରା ଏବଂ ରଞ୍ଜିତ ସିଂ ତଥା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here