ଓଡିଶା ନସିଂ କର୍ମଚାରୀ ସଙ୍ଘର ୧୦ ଦଫା ଦାବି ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

0
9

ବ୍ରହ୍ମପୁର,୨୫/୦୯/୨୦୨୪:ଓଡିଶା ନସିଂ କର୍ମଚାରୀ ସଙ୍ଘର ପକ୍ଷରୁ ୧୦ ଦଫା ଦାବି ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି।ବ୍ରହ୍ମପୁର ରେ ମଧ୍ୟ ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ମାନେ ଆଜି ଏବଂ ଆସନ୍ତା କାଲି ଆନ୍ଦୋଳନ କରିଛନ୍ତି।ତେବେ ଜରୁରୀ କାଳୀନ ଚିକିତ୍ସା ଜାରି ରହିବ ବୋଲି ଜଣାପଡିଛି । ନର୍ସିଂ କର୍ମଚାରୀ ସଂଘ ଧ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ୨୦୧୩ ପୂର୍ବରୁ ଥିବା ୬ବର୍ଷ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ମିଶାଇବା, ନର୍ସିଂ କ୍ୟାଡର ରେ ଆଉଟସୋର୍ସିଂ ପ୍ରଥା ଉଛେଦ କରିବା,ନର୍ସିଂ ଅଫିସର ମାନଙ୍କୁ ସି ଏଚ ଓ ପଦବୀରୁ ଫେରାଇ ଆଣିବା, ପଦୋନ୍ନତି ପାଇଁ ସ୍ଥିରୀକୃତ ସମୟ ସୀମା କୁ କୋହଳ କରିବା, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡିକରେ ନସିଂ ସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯିବା ଏବଂ ଅନ୍ୟ ରାଜ୍ୟ ଗୁଡିକରେ ଥ‌ିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏନ ଏଚ ଏମ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସି ଏଚ ଓ ମାନଙ୍କୁ ନିଯୁକ୍ତି ଦିଆଯିବା,ନସିଂ ଅଫିସର ମାନଙ୍କର ଡ୍ରେସ କୋଡ଼ ପରିବର୍ତ୍ତନ କରାଯିବା ସହିତ ନସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତ୍ତନ କରାଯିବା ଇତ୍ୟାଦି ୧୦ ଦଫା ଦାବି ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here