ବାଲିପଦରରେ ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

0
12

ବୁଗୁଡା , ୨୫/୯/୨୪ : ସାରା ରାଜ୍ୟରେ ପବିତ୍ର ଦୁର୍ଗା ପୂଜା ପାଇଁ ପ୍ରାକ୍ ପ୍ରସ୍ତୁତି ଚାଲିଥିବା ବେଳେ ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଗ୍ରାମରେ ମାଁ’ ଦୁର୍ଗାଙ୍କ ପୁଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ବାଲିପଦର ପୂଜା କମିଟି ଆନୁକୁଲ୍ୟରେ କମିଟି ସଭାପତି ସଞ୍ଜୟ କୁମାର ଜେନା, ପରିଚାଳକ ନାରାୟଣ ସାମନ୍ତରା ସମେତ ସଦସ୍ଯ ଭଗବାନ ବଡୁ, କାହ୍ନୁ ଚରଣ ଡାକୁଆ (ଡାକ) ରାକେଶ କୁମାର ଗୌଡ, ଶଙ୍କର ଗୌଡ, ଧନୁର୍ଜୟ ଜେନା, ସିମାଞ୍ଚଳ ଜେନା(ମଙ୍ଗୁଳୁ), ବସନ୍ତ କୁମାର ସେଠୀ, ପାଣ୍ଡବ ବାଡତ୍ୟା, କେଶବ ବିଷୋୟୀ, ପୁରୁଷୋତ୍ତମ ମହାରଣା, ଜିତୁ ସ୍ବାଇଁ , ଧର୍ମୁ ବାଡତ୍ୟା ପ୍ରମୁଖ ଶତାଧିକ ଶ୍ରଦ୍ଧାଳୁ କଳସ ଯାତ୍ରା କରି ବୈଦିକ ଶାସ୍ତ୍ର ନିୟମ ଅନୁଯାଇ କର୍ତ୍ତା ଭାବେ ତ୍ରିନାଥ ସାସମଲ, ପୂଜାପାଠ କରି ବାଲିପଦର ବସଷ୍ଟାଣ୍ଡ ଠାରେ ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି। କମିଟିର ଏକଶହ ସଦସ୍ଯ ସମେତ କାର୍ଯ୍ୟକାରୀ କର୍ମକର୍ତ୍ତା ବୃନ୍ଦ ଯୋଗଦେଇ ମାଁ’ଙ୍କ ପାଇଁ ହେଉଥିବା ଏହି ଉତ୍ସବରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here