Home ବ୍ରହ୍ମପୁର ସ୍ପେଶାଳ ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଡ଼ାକରାରେ ବ୍ରହ୍ମପୁର ଠାରେ ଧାରଣା କାର୍ଯ୍ୟକ୍ରମ

ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଡ଼ାକରାରେ ବ୍ରହ୍ମପୁର ଠାରେ ଧାରଣା କାର୍ଯ୍ୟକ୍ରମ

0
6

ବ୍ରହ୍ମପୁର, ୨୬/୦୯/୨୦୨୪:ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଡ଼ାକରାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଗଞ୍ଜାମ ଜିଲ୍ଲା କମିଟି ଦ୍ୱାରା ଦକ୍ଷିଣାଞ୍ଚଳ ରାଜସ୍ବ କାର୍ଯ୍ୟାଳୟ ଠାରେ ଘ ୧୦ ଘଣ୍ଟା ଠାରୁ ମଧ୍ୟାହ୍ନ ୧.୩୦ ମିନିୟ ଯାଏ ଧାରଣା ଦିଆଯାଇ ବିକ୍ଷୋଭ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପେନ୍ସନର ଓ ନୂତନ ପେନସନ ଭୁକ୍ତ କର୍ମଚାରୀ ଯୋଗଦେଇଥିଲେ।ଧାରଣା ସ୍ଥଳରେ ସଭାପତି ଡି.ମୋହନ ରାଓ, ସମ୍ପାଦକ ଶଙ୍କର୍ଷଣ ପାତ୍ର, ସହ ସମ୍ପାଦକ ନୀଳାଞ୍ଚଳ ମିଶ୍ର, ନିରାକାର ସାବତ, ପ୍ରଦୀପ କୁମାର ଦାସ , ପଞ୍ଚାନନ ଜେନା, ରବିନାରାୟଣ ପଣ୍ଡା କେନ୍ଦ୍ର ସରକାରଙ୍କ ପେନ୍ସନର ମାରଣ ନୀତି ନୂଆ ପେନସନ ଓ ଉନିଫାଏଡ଼ ପେନସନ ଯୋଜନା (ୟୁ ପି ଏସ) କୁ ଘୋର ବିରୋଧ କରିଥିଲେ ।ଏନ ପି ଏସ ଓ ୟୁ ପି ଏସ କୁ ବାତିଲ କରାଯାଇ ପୁରୁଣା ପେନସନକୁ ହିଁ ସମସ୍ତ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି ରଖିଥିଲେ। ଏହାସହ ଓଡ଼ିଶାର ସମସ୍ତ ପେନସନର ମାନଙ୍କୁ କେନ୍ଦ୍ର ଅନୁରୂପ ଚିକିତ୍ସାଭତ୍ତା ପ୍ରଦାନ କରିବା, ବରିଷ୍ଠ ନାଗରିକଙ୍କୁ ଆଗରୁ ଦିଆଯାଉଥିବା ରେଳ ଟିକଟରେ ରିହାତି ପୁନଃ ପ୍ରଚଳନ କରିବା ଆଦି ୯ ଦଫା ଦାବୀ ସପକ୍ଷରେ ସ୍ଲୋଗାନ ଦିଅଯାଇଥିଲା।ଅପରାହ୍ନ ୧ ଘଣ୍ଟା ସମୟରେ ସଭାପତି ଡି. ମୋହନ ରାଓଙ୍କ ନେତୃତ୍ୱରେ ସମ୍ପାଦକ ଶଙ୍କର୍ଷଣ ପାତ୍ର, ଓ ଏ ଏସ ଏନ ଗୁପ୍ତା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ବ୍ରହ୍ମପୁରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନରଙ୍କ ମାଧ୍ୟମରେ ସମ୍ମାନାନୀୟ ଭାରତର ପ୍ରଧାନ ମନ୍ତ୍ରୀ ଓ ସମ୍ମାନାନୀୟ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ବିହିତ ପଦକ୍ଷେପ ନେବା ପାଇଁ ପ୍ରେରଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଏମ୍.ନରସିଂହା,ଡି.ସୁଦର୍ଶନ ରାଓ, ଵି.ରାଙ୍ଗା ରାଓ, ଡି.ଗୁରୁମୂର୍ତୀ ପାତ୍ର, ମହର୍ଷି ସିଂ,ଟି.ଯୋଗେଶ୍ୱର, କେଶବ ଗୌଡ଼ , ବସନ୍ତ କୁମାର ପାତ୍ର, ବି.ମୋହନ ରାଓ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!