ମହାମାୟୀ କଲେଜ ରେ ଏଚ୍ ସି ଏଲ୍ ଟେକ୍ ତରଫରୁ କ୍ୟାରିଅର ପରାମର୍ଶ କାର୍ଯ୍ୟକ୍ରମ

0
8

ବ୍ରହ୍ମପୁର,୨୬/୦୯/୨୦୨୪:
ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ଠାରେ ଆଇ.ଟି. କମ୍ପାନି ଏଚ୍ ସି.ଏଲ୍ ଟେକ୍ ଆନୁକୁଲ୍ୟରେ ଏକ କ୍ୟାରିଅର ପରାମର୍ଶ ଏବଂ ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କଲେଜ ଅଧ୍ୟକ୍ଷା ଡଃ. ନିବେଦିତା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କ୍ୟାରିୟର କାଉନସିଲ୍‌ ସେଲ୍‌ ସଂଯୋଜିକା ସବିତା ବାରିକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଇ.କ୍ୟୁ.ଏ.ସି ସଂଯୋଜିକା ଡ. ସୁଜାତ ପଣ୍ଡିତ ଓ ଡ଼ଃ ସ୍ବର୍ଣ୍ଣଲତା ପଟ୍ଟନାୟକ ମଞ୍ଚାସୀନ ଥିବାବେଳେ, ଏଚସିଏଲ୍ ଟେକ୍ କ୍ଲଷ୍ଟର ଲିଡ୍ ଶ୍ରୀ ସୁଜିତ ଦାସ ମହାପାତ୍ର ଏହି କାର୍ଯ୍ୟକମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଉଚିତ ପରାମର୍ଶ ଦେଇଥିଲେ । +୨ ରେ ୭୦ % ରୁ ଉର୍ଦ୍ଧ ମାର୍କ ରଖିଥିବା ୫୦ ରୁ ଅଧିକ +୩ ଛାତ୍ରୀ ଉପସ୍ଥିତ ରହି ଏଥିରେ ରେଜିଷ୍ଟେସନ୍ କରିଥିଲେ । ତିନୋଟି ପର୍ଯ୍ୟାୟର ପରୀକ୍ଷା ପରେ ଛାତ୍ରୀମାନଙ୍କୁ ଏଚ୍.ସି ଏଲ୍ ରେ ନିଯୁକ୍ତି ମିଳିପାରିବ ବୋଲି ଶ୍ରୀ ଦାସ ମହାପାତ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here