Home ବ୍ରହ୍ମପୁର ସ୍ପେଶାଳ ଦ୍ବିତୀୟ ଦିନରେ ପହଞ୍ଚିଲା ଓଡିଶା ନସିଂ କର୍ମଚାରୀ ସଙ୍ଘର ୧୦ ଦଫା ଦାବି ରେ କାର୍ଯ୍ୟ...

ଦ୍ବିତୀୟ ଦିନରେ ପହଞ୍ଚିଲା ଓଡିଶା ନସିଂ କର୍ମଚାରୀ ସଙ୍ଘର ୧୦ ଦଫା ଦାବି ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

0
7

ବ୍ରହ୍ମପୁର,୨୬/୦୯/୨୦୨୪:ଓଡିଶା ନସିଂ କର୍ମଚାରୀ ସଙ୍ଘର ପକ୍ଷରୁ ୧୦ ଦଫା ଦାବି ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି।ସେହି କ୍ରମରେ ବ୍ରହ୍ମପୁର ଠାରେ ମଧ୍ୟ ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ମାନେ ଗତକାଲି ଏବଂ ଆଜି ଆନ୍ଦୋଳନ ଜାରୀ ରଖିଛନ୍ତି।ଫଳରେ ବଡ ମେଡିକାଲ ରେ ରୋଗୀ ସେବା ବ୍ୟାହତ ହୋଇଛି ।ତେବେ ଗତକାଲି ଏବଂ ଆଜି ଜରୁରୀ କାଳୀନ ଚିକିତ୍ସା ଜାରି ରହିଥିବା ବେଳେ ଆସନ୍ତାକାଲି ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେବ ବୋଲି ଜଣାପଡିଛି ।ପ୍ରକାଶ ଥାଉକି,ନର୍ସିଂ ଅଫିସର ଙ୍କ ୨୦୧୩ ପୂର୍ବରୁ ଥିବା ୬ବର୍ଷ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ମିଶାଇବା, ନର୍ସିଂ କ୍ୟାଡର ରେ ଆଉଟସୋର୍ସିଂ ପ୍ରଥା ଉଛେଦ କରିବା,ନର୍ସିଂ ଅଫିସର ମାନଙ୍କୁ ସି ଏଚ ଓ ପଦବୀରୁ ଫେରାଇ ଆଣିବା, ପଦୋନ୍ନତି ପାଇଁ ସ୍ଥିରୀକୃତ ସମୟ ସୀମା କୁ କୋହଳ କରିବା, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡିକରେ ନସିଂ ସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯିବା ଏବଂ ଅନ୍ୟ ରାଜ୍ୟ ଗୁଡିକରେ ଥ‌ିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏନ ଏଚ ଏମ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସି ଏଚ ଓ ମାନଙ୍କୁ ନିଯୁକ୍ତି ଦିଆଯିବା,ନସିଂ ଅଫିସର ମାନଙ୍କର ଡ୍ରେସ କୋଡ଼ ପରିବର୍ତ୍ତନ କରାଯିବା ସହିତ ନସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତ୍ତନ କରାଯିବା ଭଳି ୧୦ ଦଫା ଦାବି ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି।ତେବେ ନର୍ସିଂ କର୍ମଚାରୀ ମାନେ ଗତ ଦୁଇଦିନ ହେଲା କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରଖିଥିବା ବେଳେ ଗତକାଲି ନର୍ସିଂ ସଂଘ କର୍ମକର୍ତ୍ତା ଙ୍କ ସହ ସରକାରଙ୍କ ସହ ଆଲୋଚନା ବିଫଳ ଯୋଗୁଁ ଆସନ୍ତାକାଲି ଠାରୁ ସମସ୍ତ ସେବା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!