Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗରେ ଏକ ଦିବସୀୟ କ୍ୟାରିଅର କାଉନସେଲିଂ କର୍ମଶାଳା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗରେ ଏକ ଦିବସୀୟ କ୍ୟାରିଅର କାଉନସେଲିଂ କର୍ମଶାଳା

0
11

ବ୍ରହ୍ମପୁର,୨୬/୦୯/୨୦୨୪:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗରେ ଏକ ଦିବସୀୟ କ୍ୟାରିଅର କାଉନସେଲିଂ କର୍ମଶାଳା ଗତକାଲି ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଙ୍କ ନିର୍ଦ୍ଦେଶାନୁସାରେ ଏଵଂ ବିଭାଗୀୟ ମୁଖ୍ୟା ଡ଼. ସସ୍ମିତା ବେହେରା ଙ୍କ ତତ୍ତ୍ୱବଧାନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପିକା ଆଲିତା ମିଞ୍ଜ, ଅସ୍ମିତା ବେଉରା ଏବଂ ମାନସୀ ମେହେର ଙ୍କ ସହିତ ସମସ୍ତ ଛାତ୍ରୀ ଏହି କର୍ମଶାଳା ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ବକ୍ତା ଥିଲା ଶ୍ରୀମତି ଅନିମା ମିଶ୍ର, ମୂଖ୍ୟା, ଖାଦ୍ୟ ପ୍ରକ୍ରିୟା କରଣ ବିଭାଗ, ସରକାରୀ ପଲିଟେକନିକ୍, ବ୍ରହ୍ମପୁର। ସେ ପ୍ରାଞ୍ଜଳ ଭାବରେ, ” ଖାଦ୍ୟ ପ୍ରକ୍ରିୟା କରଣ କଳାରେ ନିପୁଣତା: ଦକ୍ଷତା ବୃଦ୍ଧି ପାଇଁ ଏକ ମାର୍ଗ “ଉପରେ ପ୍ରଶିକ୍ଷଣ ଦେଇଥିଲେ, ଏଥିରେ ଛାତ୍ରୀ ମାନେ ବ୍ୟାବହାରିକ ଜ୍ଞାନ ର ପ୍ରୟୋଗ କରି ବିଭିନ୍ନ ଉପକରଣ ଗୁଡିକର ସଠିକ୍ ବ୍ୟବହାର ବିଷୟରେ ବିଶେଷ ଜ୍ଞାନ ଆହରଣ କରିଥିଲେ। ପରବର୍ତୀ ବକ୍ତା ଖାଦ୍ୟ ଏବଂ ପୃଷ୍ଟି ସାଧନ କ୍ଷେତ୍ରରେ କିଭଳି ଭାବରେ କ୍ୟାରିୟର ସୁଯୋଗ ସୃଷ୍ଟି କରାଯାଇପାରିବ ତା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ପିଲାଙ୍କୁ ଆଲୋକପାତ କରିଥିଲେ ବିଭାଗୀୟ ମୁଖ୍ୟା କଳିଙ୍ଗ ହସ୍ପିଟାଲ ର ଶ୍ରୀମତି ଅଞ୍ଜନା ତ୍ରିପାଠୀ। ଶେଷ ବକ୍ତା ଥିଲେ ଡ. ସୁଜିତ୍ ନାଥ, ସିନିୟର୍ ସାଇନ୍ଟିଷ୍ଟ ଏବଂ ବିଭାଗୀୟ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ। ତାଙ୍କର ବିଷୟ ବସ୍ତୁ ଥିଲା ” ଛତୁ ଚାଷ : ଜୀବିକା ଉପାର୍ଜନ ର ଏକ ମାଧ୍ୟମ” । ଏହି ବିଷୟରେ ସବିଶେଷ ତଥ୍ୟ ଏବଂ ନିଜର ଅଭିଜ୍ଞତା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି ଏକ ଦିବସୀୟ କ୍ୟାରିୟର କାଉନସେଲିଂ କର୍ମଶାଳା ଛାତ୍ରୀ ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!