Home ବ୍ରହ୍ମପୁର ସ୍ପେଶାଳ ଜିଲ୍ଲାରେ ଫଳ ଚାଷ କୁ ଗୁରୁତ୍ୱ ଦେବା ଉଚିତ

ଜିଲ୍ଲାରେ ଫଳ ଚାଷ କୁ ଗୁରୁତ୍ୱ ଦେବା ଉଚିତ

0
4

ବ୍ରହ୍ମପୁର,୨୭/୦୯/୨୦୨୪:ଗଞ୍ଜାମ ଜିଲ୍ଲାର ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ଉଦ୍ୟାନ କୃଷି ର ବ୍ୟାପକ ସୁଯୋଗ ରହିଛି। ଆଠ ଲକ୍ଷ ଭୌଗୋଳିକ କ୍ଷେତ୍ରଫଳ ରୁ ଚାରି ଲକ୍ଷ ପରିମିତ ଅଂଚଳ ଉଚ୍ଚ ଜମି ଯାହା ଫଳ, ଫୁଲ , ପନିପରିବା ବର୍ଷ ସାରା କରା ଯାଇପାରିବ। କାଜୁ ବାଦାମ ଜିଲ୍ଲା ର କିଛି ବ୍ଲକ ରେ ଉନ୍ନତ ଭାବେ ଚାଷ କରାଯାଉଛି। ତାର ପ୍ରକ୍ରିୟାକରଣ ପାଇଁ ୮୨ ଟି କାଜୁ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠିତ ହୋଇଛି ଓ ଜିଲ୍ଲା ର କାଜୁ ପଞ୍ଜାବ  ରୁ ବାଙ୍ଗାଲୋର ପର୍ଯ୍ୟନ୍ତ ରପ୍ତାନି ହେଉଛି। ଏହା ବ୍ୟତୀତ ଅନ୍ୟ କୌଣସି ଫଳ ଚାଷରେ ଜିଲ୍ଲା ସମୃଦ୍ଧ ନୁହଁ। ସରକାରୀ ପ୍ରୋତ୍ସାହନ ର ବ୍ୟାପକ ସୁବିଧା ସତ୍ତ୍ୱେ ଚାଷୀ ନିକଟରେ ତଥ୍ୟ ଓ ବୈଜ୍ଞାନିକ ଜ୍ଞାନ କୌଶଳ ର ଅଭାବ ହେତୁ ଫଳ ଚାଷ ଗଂଜାମ ଜିଲ୍ଲା ରେ ସନ୍ତୋଷ ଜନକ ଭାବେ ଆଦୃତ ହୋଇପାରିନାହିଁ। ଏହାକୁ ଆଖି ଆଗରେ ରଖି   ଓ କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଆୟ ବୃଦ୍ଧି ଦିଗରେ କୃଷି ବିଜ୍ଞାନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ର ସହାୟତାରେ  ପ୍ରତ୍ୟେକ ବ୍ଲକରୁ ଫଳ ଚାଷୀ ମାନ ଙ୍କୁ ସବିଶେଷ ଜ୍ଞାନ ସମ୍ବଳିତ ପ୍ରଦାନ ପାଇଁ ପଦକ୍ଷେପ ନିଆ ଯାଉଛି। ଗତ ମାସରେ ସାନଖେମୁଣ୍ଡି ଓ ଦିଗ ପହଣ୍ଡି ଚାଷୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଥିଲାବେଳେ ଗତକାଲି  ଚିକିଟି ବ୍ଲକ କୃଷି କାର୍ଯଲୟ ରେ ଏପରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ବହୁଦିନିଆଁ କର୍ମଶାଳା ରେ ବିଭିନ୍ନ ବୈଜ୍ଞାନିକ ମାନେ ପାୱାର ପଏଣ୍ଟ ମାଧ୍ୟମରେ ଫଳ ଚାଷ ଉପରେ ଶିକ୍ଷା ଦେଉଛନ୍ତି। କେନ୍ଦ୍ର ର ମୁଖ୍ୟ ବୈଜ୍ଞାନୀକ ଡ଼ ସୁଜିତ କୁମାର ନାଥ ଙ୍କ ତତ୍ୱବାଧାନ ରେ ଏ ପ୍ରଶିକ୍ଷଣ ଦିଆଯାଉଛି। ନିକଟ ରେ ଏହି କାର୍ଯ୍ୟକ୍ରମରେ ଚିକିଟି ଓ ପାତ୍ରପୁର ବ୍ଲକ୍ ରୁ ପ୍ରାୟ ୫୦ ଜଣ ଆଗୁଅଧାଡି ଫଳ, ଫୁଲ ଓ ସମନ୍ଵିତ ଚାଷୀ ଯୋଗଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ମୂଖ୍ୟ ବୈଜ୍ଞାନିକ ଡ୍. ସୁଜିତ୍ କୁମାର ନାଥ ଙ୍କ ପୌରହିତ୍ୟ କରି ନୂତନ ଅଧିକ ଅମଳକ୍ଷମ କିସମ ସହିତ ନୂତନ ପ୍ରଣାଳୀ ରେ ଫଳ ଫୁଲ ଚାଷ କରିବାକୁ ମତ ରଖିଥିଲେ। ପ୍ରଥମ ଦିବସରେ ଗଞ୍ଜାମ ଜିଲ୍ଲା ମୂଖ୍ୟ ବ୍ୟାଙ୍କ୍ ପରିଚାଳକ ଉପସ୍ଥିତ ରହି ବ୍ୟାଙ୍କ୍ ତରଫରୁ ସହଜରେ ଋଣ ପ୍ରଦାନ ଓ ବିଭିନ୍ନ ଯୋଜନା ବିଷୟରେ କହିଥିଲେ। ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ  ସୁବାସ ଚନ୍ଦ୍ର ପଣ୍ଡା, ଉଦ୍ୟାନ କୃଷି ରେ ସରକାର ଙ୍କ ଯୋଜନା ଓ ସହାୟତା ବିଷୟରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ଅନ୍ୟ ଦିବସ ରେ ବ୍ଲକ୍ କୃଷି ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା ସମନ୍ଵିତ କୃଷି ଓ ଏହାର ଉପାଦେୟତା ଉପରେ ଏକ ଛାୟା ଚିତ୍ର ପ୍ରଦର୍ଶନ ମାଧ୍ୟମ ରେ ବୁଝାଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ସନ୍ଦୀପ ମହାନ୍ତି, ଉଭୟ ଫୁଲ ଓ ଫଳରେ ପରିବର୍ତ୍ତିତ ଜଳବାୟୁରେ ଦେଖ ଦେଉଥିବା ବିଭିନ୍ନ ରୋଗ, ପୋକ ଓ ଏହାର ନିରାକରଣ ଉପରେ ଆଲୋଚନା କରିଥଲେ। ଏହା ବ୍ୟତୀତ କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର ର ମୁଖ୍ୟ, ବୈଜ୍ଞାନିକ ଡଃ ସୂତନୁ କୁମାର ଶତପଥୀ ଅନୁଷ୍ଠିତ ଏହି କର୍ମଶାଳା ରେ ଯୋଗ ଦେଇ ଫଳ ଓ ଫୁଲ ବଗିଚାର ପରିଚାଳନା, କିସମ ଚୟନ ଓ ମୃତ୍ତିକା ପରିଚାଳନା ଉପରେ ଏକ ସୁନ୍ଦର ଉପସ୍ଥାପନା ରଖିଥିଲେ। ବୈଜ୍ଞାନିକ ଡ଼ ସନ୍ତୋଷ କୁମାର ସାମନ୍ତରାୟ ଉତ୍ପାଦିତ ଫଳ ଓ ଫୁଲ ର ସଂରକ୍ଷଣ ଓ ଏହାର ବଜାରିକରଣ ଉପରେ ଉପସ୍ଥିତ ଚାଷୀ ମାନଙ୍କ ର ଉତ୍ସାହ ବୃଦ୍ଧି କରାଇଥିଲେ। ଶସ୍ୟ ବିଶେଷଜ୍ଞା ସସ୍ମିତା ପ୍ରିୟଦର୍ଶନି ଘାସ ଦମନ ଆଛାଦିକରଣ ଦ୍ବାରା ଫଳ ଫୁଲ ଚାଷ ଓ ଏହାର ପରିଚାଳନା ବିଷୟରେ ଆଲୋକପାତ କରିଥିଲେ। ଆଗୁଆ ଧାଡ଼ି ଫଳ ଚାଷୀ ତ୍ରିପତି ନାୟକ ଓ ଫୁଲ ଚାଷୀ ଏଲ୍. ଶ୍ରୀକାନ୍ତ ନିଜର ଚାଷ କାର୍ଯ୍ୟରେ ଉତ୍କର୍ଷତା ନିମନ୍ତେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ମାନ ପତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା। ପରିଶେଷରେ ଉପସ୍ଥିତ ଚାଷୀ ଓ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଜିଲ୍ଲାରେ ଫଳ ଓ ଫୁଲ ଚାଷ ର ଅଗ୍ରଗତି ଓ ଭବିଷ୍ୟତ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!