Home ବ୍ରହ୍ମପୁର ସ୍ପେଶାଳ “ସ୍ବଛତା ହିଁ ସେବା” : ଛାତ୍ରଛାତ୍ରୀଙ୍କୁ ସଚେତନତା

“ସ୍ବଛତା ହିଁ ସେବା” : ଛାତ୍ରଛାତ୍ରୀଙ୍କୁ ସଚେତନତା

0
7

ପୋଲସରା , ୨୭/୯/୨୪ : ବିଶ୍ବରେ ପ୍ରାଣୀ ଜଗତର ସୁରକ୍ଷା ପାଇଁ ପରିବେଶ ସଚେତନତା ଜରୁରୀ ଆବଶ୍ୟକତା ରହିଛି । ଯାହା ଆମର ଜୀବନ ଶୈଳୀକୁ ସୁରକ୍ଷା କବଚ ଅଟେ । ଏନେଇ ଗଞ୍ଜାମ ଜିଲ୍ଲାର ପୋଲସରା ଏନ୍.ଏ.ସି ପକ୍ଷରୁ “ସ୍ବଛତା ହିଁ ସେବା” କାର୍ଯ୍ୟକ୍ରମକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ତତ୍ତ୍ୱାବଧାନରେ ସମସ୍ତ କର୍ମଚାରୀ, ସାନିଟାରୀ ଏକ୍ସଫୋର୍ଟ , କାର୍ଯ୍ୟରତ ସ୍ୱଚ୍ଛସାଥି ଓ ସୁପରଭାଇଜର ଜନସାଧାରଣଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ଭବନର ସମସ୍ତ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ନେଇ ଏକ ପଦଯାତ୍ରା କରାଯାଇଥିଲା। ସ୍ଵଚ୍ଛତା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ଆଗ୍ରହ ସୃଷ୍ଟି ହେବ ସେନେଇ ପୋଲସରା ପୋଲସରା ଏମ.ସି.ସି. ପ୍ରୟୋଗ ଶାଳକୁ ପରିଦର୍ଶନ କରାଇଥିଲେ । ପୋଲସରା ସହରର ସମସ୍ତ ଅଳିଆ ଆବର୍ଜନା ଏମ.ସି.ସି. ର ପ୍ରୟୋଗ ଶାଳାରେ କିପରି କମ୍ପୋଷ୍ଟ ଖତ ସୃଷ୍ଟି କରାଯାଏ ସେହି ବିଷୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମାଝୀ ଓ ସାନିଟାରୀ ଏକ୍ସଫୋର୍ଟ ତେଜେଶ୍ବିନୀ ନାୟକ ପରିଦର୍ଶନରେ ଆସିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜନ୍ମ ଦିନ ପାଳନ ଅବସରରେ ଗୋଟିଏ ଲେଖାଏଁ ଗଛ ଲଗାଇ ପାଇଁ ପରାମର୍ଶ ଦେଇଥିଲେ। “ସ୍ବଛତା ହିଁ ସେବା” କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଆନ୍ତରିକ ଉଦ୍ୟମ କରିବା ପାଇଁ ଶୃଙ୍ଖଳାର ଶପଥ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏନ୍.ଏ.ସି.ର କନିଷ୍ଠ ଯନ୍ତ୍ରୀ ସ୍ବାଗତୀକା ମାହାନ୍ତି, ଗୋଷ୍ଠୀ ପରିଦର୍ଶିକା ଅନିତା ଅଂଶୁମାଳି ସାହୁ , ପଞ୍ଚାନନ ସେଠୀ, ବିଶ୍ବଜିତ ବରାଡ଼ , ଶ୍ରୀପଦ ମହାନ୍ତି , ସ୍ମୃତି ରଞ୍ଜନ ଷଡ଼ଙ୍ଗୀ, ସାନିଟାରୀ ଏକ୍ସଫୋର୍ଟ ତେଜେଶ୍ବିନୀ ନାୟକ, ସ୍ବଛସାଥି ବବିତା ବେହେରା, ଗୀତାଞ୍ଜଳୀ ପ୍ରଧାନ, ରଶ୍ମିତା ରାଉତ, ମିନତୀ ଜେନା, ରୁନୁ ସାହୁ , ଲଭଲି ମଲ୍ଲିକ , ରିତାଞ୍ଜଳୀ ସାହୁ, ନମିତା ଦାସଙ୍କ ସମେତ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!