ଗଞ୍ଜାମ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ!

0
7

ବ୍ରହ୍ମପୁର,୨୭/୦୯/୨୦୨୪:ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମାର୍କଣ୍ଡି ବିଚ୍ ରେ ମାଳ ମାଳ ମଲା କୁକୁଡା ଭାସୁଥିବା ଦେଖିବାକୁ ମିଳିଛି। ତେବେ କୁକୁଡା ମଡକ ହେବା ପରେ କେହି ସାପୁଆ ନାଳରେ ଫିଙ୍ଗି ଦେଇଥିବା ବେଳେ ନାଳରେ ଭାସିଯାଇ ମାର୍କଣ୍ଡି ମୁହାଣ କୁ ସଂଯୋଗ କରୁଥିବା ନିକଟସ୍ଥ ସମୁଦ୍ର ରେ ମଲା କୁକୁଡା ବିପୁଳ ମାତ୍ରା ରେ ପଡିଥିବା ଦେଖିବାକୁ ମିଳିଛି। ବାର୍ଡ ଫ୍ଲୁ ଯୋଗୁଁ କୁକୁଡା ର ଯଦି ମୃତ୍ଯୁ ଘଟିଥାଏ ତେବେ ସାମୁଦ୍ରିକ ଜୀବଙ୍କ ପ୍ରତି ମଧ୍ଯ ବିପଦ ଦେଖାଦେବାର ସମ୍ଭାବନା ରହିଛି ।କେନ୍ଦ୍ରାପଡ଼ା ପରେ ଗଞ୍ଜାମ ଜିଲ୍ଲାକୁ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଛି। କାରଣ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡି ରାସ୍ତା ପୋଲ ନିକଟ ଦେଇ ସମୁଦ୍ର କୂଳରେ କେତେକ ମଲା କୁକୁଡ଼ା ପଲିଥିନ୍ ବସ୍ତାରେ ବନ୍ଧା ହୋଇ ପାଣିରେ ଭାସୁ ଥିବା ଦେଖିବାକୁ ମିଳିଛି। ସେଗୁଡିକୁ କିଛି କୁକୁର କାଉ ଖାଉ ଥିବା ଦେଖିବାକୁ ମିଳିଛି। ଏହି ମଲା କୁକୁଡ଼ା ବସ୍ତା କେଉଁଠୁ ଆସିଲା ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।ବ୍ରହ୍ମପୁର ସହର ପଟୁ ସାପୁଆ ନାଳ ଦେଇ ଆସୁଥିବା ଅନୁମାନ କରାଯାଉଛି। ସାପୁଆ ନାଳ ପାଣି ଆସି ମାର୍କଣ୍ଡି ସମୁଦ୍ର ରେ ପଡ଼ୁଥିବା ବେଳେ ସମୁଦ୍ର ବେଳା ଭୂମି ଉପରେ ପଡିରହି ଦୁର୍ଗନ୍ଧ ବାହାରୁଥିବା ଜୀବାଣୁ ସଂକ୍ରମିତ ହୋଇପାରେ। ଯଦ୍ୱାରା ଅଂଚଳରେ ଭୟ ର ବାତାବରଣ ସୃଷ୍ଟି କରିଛି। ଏଣୁ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରାଯାଇ ବେଳା ଭୂମି କୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି। ସମୁଦ୍ର ବେଳା ଭୂମି ସହ ପାଣି ମଧ୍ୟ ଦୂଷିତ ହେବା ମାଛ ମଡକ ହେବାର ଆଶଙ୍କା ରହିଛି। ସମୁଦ୍ର ପାଣି ମଧ୍ୟ ଦୂଷିତ ହେବା ଆଶଙ୍କା ରହିଛି।ପୁରୀ, କେନ୍ଦ୍ରାପଡ଼ା ପରେ ଗଞ୍ଜାମ ଜିଲ୍ଲାକୁ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଛି।ମୃତ କୁକୁଡ଼ା ଗୁଡିକୁ ଏଣେତେଣେ ନ ଫିଙ୍ଗିବା ସହ ଫାର୍ମରେ କୁକୁଡ଼ାଙ୍କୁ ଭାକ୍ସିନେସନ କରିବା ଏବଂ ମଲା କୁକୁଡ଼ା ଗୁଡ଼ିକୁ ପୋତିବା ପାଇଁ ଆବଶ୍ୟକ ରହିଛି। ଫାର୍ମ ମାଲିକ ମାନେ କୁକୁଡ଼ା ଗୁଡ଼ିକୁ ଏଣେ ତେଣେ ନ ଫୋପାଡ଼ି ଏହାର ପ୍ରତିକାର ବ୍ୟବସ୍ଥା କରନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here