Home ବ୍ରହ୍ମପୁର ସ୍ପେଶାଳ ଗଜପତି ପ୍ରେସ କ୍ଲବ ପକ୍ଷରୁ ସ୍ବର୍ଗତ କୃଷ୍ଣ ମୋହନ ପଟ୍ଟନାୟକଙ୍କ ଶୋକ ସଭା ଅନୁଷ୍ଠିତ

ଗଜପତି ପ୍ରେସ କ୍ଲବ ପକ୍ଷରୁ ସ୍ବର୍ଗତ କୃଷ୍ଣ ମୋହନ ପଟ୍ଟନାୟକଙ୍କ ଶୋକ ସଭା ଅନୁଷ୍ଠିତ

0
4

ଗଜପତି,୨୮/୦୯/୨୦୨୪: ଗଜପତି ପ୍ରେସ କ୍ଲବ ପକ୍ଷରୁ ସ୍ବର୍ଗତ କୃଷ୍ଣ ମୋହନ ପଟ୍ଟନାୟକଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ତାଙ୍କ ଫୋଟ ଚିତ୍ରରେ ଧୁପ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ ପ୍ରଥମେ ତାଙ୍କ ଆମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ କ୍ଳବର ବରିଷ୍ଠ ସଦସ୍ୟ ମାନେ ତାଙ୍କରି ଅନେକ ସହାନୁଭୂତି ଓ ଉପକାର ସମ୍ପର୍କରେ ସ୍ମରଣ କରି ସ୍ମୃତି ଚାରଣ କରିଥିଲେ । ସେ ଜଣେ ବରିଷ୍ଠ ଆଇନଜୀବି ଭାବେ ସହରରେ ବେଶ ପ୍ରତିଷ୍ଠିତ ଥିଲେ । ଏଥିସହ ସମାଜ ସେବାରେ ତାଙ୍କ ଯଥେଷ୍ଟ ଅବଦାନ ରହିଥିଲା ।ଜଣେ ସାମ୍ବାଦିକ ଭାବେ ମଧ୍ୟ ତାଙ୍କର ଅବଦାନ ଯଥେଷ୍ଟ । ତାଙ୍କ ବିୟୋଗରେ ଗଜପତି ସାମ୍ବାଦିକ କ୍ଷେତ୍ରରେ ଅପୁରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ।‌ ଏହି ଅବସରରେ ଗରୁଡ ଧ୍ବଜ ଚୌଧୁରୀ , ଦ୍ବୀଜେନ୍ଦ୍ରନାଥ ପାଢ଼ୀ, ପ୍ରଦୀପ ନାୟକ, ବିଧାନ ଚୌଧୁରୀ, ସରୋଜ ବିର, ସୁଜିତ୍ ବିଷୋୟୀ , ଆମୋଦ ବର୍ଦ୍ଧନ, ଲୋକନାଥ ପଣ୍ଡା, ଏମ ସେଖର ରାଓ, ପି. ଅନିଲ, ରାମ ଗୋବିନ୍ଦ ଆଚାର୍ଯ୍ୟ, ଗିରିଧାରୀ ପରିଛା, ସନ୍ତୋଷ ପଟ୍ଟନାୟକ, ହେମନ୍ତ ପ୍ରଧାନ, ରଶ୍ମି ରଞ୍ଜନ ମିଶ୍ର, ସଞ୍ଜୟ କୁମାର ପାଢୀ, ପ୍ରେମ ଲାଲ ମିଶ୍ର, ବିଜୟ କୁମାର ଗୈାଡ, ପ୍ରଭାତ ପାତ୍ର, ପ୍ରେମାନନ୍ଦ ପଣ୍ଡା, ସଞ୍ଜିବ ପାଣି , ଭଗବତ ପାଢି , ଅଶୋକ କୁମାର , ପି ରାମୁ , ଡମ୍ବରୁଧର ପଲେଇ ,ଗଣେଶ ରାଜୁ , ବାଳକୃଷ୍ଣ ପାଣିଗ୍ରାହୀ, ସନ୍ତୋଷ ପାଟଯୋଶୀ, କୈଳାଶ ସୁଆଲ ସିଂ , ରାଜେନ୍ଦ୍ର ଭୁକୁତା , ବିଭୁତି ନାୟକ , ସୁଶାନ୍ତ ଜେନା,ଶିଶିର ଗୈାଡ ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!