ଛଟେଇ ଆଉଟସୋର୍ସିଂ କର୍ମଚାରୀ ଙ୍କ ପୁନଃ ନିଯୁକ୍ତି ଦାବୀ।ଅକ୍ଟୋବର ୪ ଭିତରେ ଦାବୀ ପୁରଣ ନ ହେଲେ ଆନ୍ଦୋଳନ କୁ ଓହ୍ଲାଇବ ସଂଘ

0
9

ବ୍ରହ୍ମପୁର, ୨୮/୦୯/୨୦୨୪: ରାଜ୍ୟ ରେ ରେଗୁଲାର ନର୍ସିଂ କର୍ମଚାରୀ ମାନେ ଆନ୍ଦୋଳନ କୁ ଓହ୍ଲାଇ ଥିବା ବେଳେ ବର୍ତ୍ତମାନ ଆଉଟସୋର୍ସିଂ ଓ ଘରୋଇ ନର୍ସିଂ କର୍ମଚାରୀ ମାନଙ୍କ ଭରସା ରେ ସ୍ୱାସ୍ଥ୍ୟସେବା ଚାଲିଛି I କିନ୍ତୁ ସରକାର ଙ୍କ ଅଜବ ନୀତି ଓ ନର୍ସିଂ ଆସୋସିଏସନ ର ଦାବୀ ପ୍ରକାରେ ସରକାର ଆଉଟସୋର୍ସିଂ କର୍ମଚାରୀ ଙ୍କୁ ନିକଟ ରେ ଛଟେଇ ନିର୍ଦେଶ ଦେଇଛନ୍ତି I ଯାହାକୁ ନେଇ ଉଭୟ ସରକାରୀ ଓ ଆଉଟସୋର୍ସିଂ କର୍ମଚାରୀ ସଙ୍ଘ ମଧ୍ୟରେ ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଛି Iଆଜି ସ୍ଥାନୀୟ ଗଞ୍ଜାମ କଳା ପରିଷଦ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ସଂଘ ମାନଙ୍କ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ନିନ୍ଦା କରିବା ସହ ଛଟେଇ ସମସ୍ତ ଆଉଟସୋର୍ସିଂ ପାରା ମେଡିକାଲ ଷ୍ଟାଫ ଙ୍କୁ ପୁନଃ ନିଯୁକ୍ତି ଦାବୀ କରିଛନ୍ତି I ସୂଚନାଯୋଗ୍ୟ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଭିନ୍ନ ସ୍ୱାସ୍ଥ୍ୟ ସ୍କିମରେ କାର୍ଯ୍ୟରତ ଜିଏନ୍‌ଏମ୍‌, ଏଏନ୍‌ଏମ୍ ଓ ଟେକ୍ନ ମ୍ୟାନେଜେରିଆଲ ଷ୍ଟାଫ ପ୍ରକ୍ରିୟା ରେ ନିଯୁକ୍ତ ପାରା ମେଡିକାଲ ଷ୍ଟାଫ (ଲେବ ଟେକ୍ନିସିଆନ, ଫାର୍ମାସିଷ୍ଟ, ରେଡ଼ିଓ ଗ୍ରାଫର ) କର୍ମଚାରୀମାନେ ଜିଲ୍ଲା ଖଣିିଜ ପାଣ୍ଠି ତଥା ଅନ୍ୟାନ୍ୟ ସୂତ୍ରରୁ ଆସୁଥିବା ପାଣ୍ଠି ଓ ଏନ ଏଚ ଏମ ଗାଇଡଲାଇନ ମାଧ୍ୟମରେ ଦୀର୍ଘଦିନ ହେବ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା, ଏଲ ଏଣ୍ଡ କେ ସର୍ଭିସେସ, ଭୁବନେଶ୍ୱର ଅଧୀନରେ ଆଉଟସୋର୍ସିଂ କର୍ମଚାରୀ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ନିୟୋଜିତ ହୋଇଥିଲେ ।ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଇବା ବ୍ୟତିତ ଅତିରିକ୍ତ କାମ ହିସାବରେ ସରକାର ବିଭିନ୍ନ ଗ୍ରାମାଞ୍ଚଳରେ ଓ ଦୁର୍ଗମ ଅଞ୍ଚଳ ବୁଲି ଟୀକାକରଣ, ଇମ୍ୟୁନେସନ ସହ ଅନେକ ସର୍ଭେ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟରେ ନିୟୋଜିତ କରି ଆସିଛନ୍ତି। ଗତ ପ୍ରାୟ ଚାରି ବର୍ଷ ଧରି ଅତ୍ୟନ୍ତ ନିଷ୍ଠାପର ଭାବେ କର୍ତବ୍ୟ ସମ୍ପାଦନ କରି ଲୋକଙ୍କୁ ନିରବଛିନ୍ନ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଆସୁଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଦୁଃଖର ବିଷୟ, ନିକଟରେ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ଜଗତସିଂହପୁର, ବାଲେଶ୍ୱର ପରି କିଛି ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଙ୍କ ଦ୍ୱାରା ଚିଠି ଜରିଆରେ ସେମାନଙ୍କୁ କାମରୁ ଛଟେଇ କରିବାକୁ ସର୍ଭିସ୍ ପ୍ରୋଭାଇଡ଼ର ଏଜେନ୍ସୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ଶହ ଶହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏଜେନ୍ସୀ ପକ୍ଷରୁ ସବୁ ଜିଲ୍ଲା ରେ ସାମୁହିକ ଛଟେଇ କରି ଦିଆଯାଇଛି। ଅର୍ଥର ଅଭାବ ଦର୍ଶାଇ ଏଭଳି ଛଟେଇ କରାଯାଇଥିବା ଅଭିଯୋଗ କରିଛନ୍ତି I ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ଠାରୁ ଆରମ୍ଭ କରି ଜିଲ୍ଲାର ଜରୁରୀ କାଳୀନ ସ୍ୱାସ୍ଥ୍ୟସେବାରେ ଦୀର୍ଘଦିନ ଧରି ସ୍ୱଳ୍ପ ଦରମାରେ ନିୟୋଜିତ ରହି ଉଚିତ ସେବା ଯୋଗାଇ ଆସୁଥିବା ବେଳେ ବରିଷ୍ଠତା ଓ ଅଭିଜ୍ଞତାକୁ ବିଚାରକୁ ନନେଇ ଏଭଳି ଛଟେଇ କରିବା ଅନ୍ୟାୟ ବୋଲି ସଂଘ ଦାବୀ କରିଛି ।ରାଜ୍ୟସାରା ଛଟେଇ ନିର୍ଦ୍ଦେଶନାମା କୁ ବାତିଲ କରି ସମସ୍ତ ଛଟେଇ ଜିଏନ୍‌ଏମ୍ ଓ ଏଏନଏମ କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ କରାଯିବା ପାଇଁ ଏଜେନ୍ସିର ଟେଣ୍ଡରକୁ ଦୀର୍ଘମିଆଦୀ କରାଯିବା, ନର୍ସିଂ କ୍ୟାଡରରେ ଆଉଟସୋର୍ସିଂ ପ୍ରଥା ଉଛେଦ କରି ଖାଲିଥିବା ନିୟମିତ ପଦବୀରେ ନିଯୁକ୍ତ ପାଇଁ ଆଉଟସୋରସିଂ ନର୍ସିଂ କର୍ମଚାରୀଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବାର ବରିଷ୍ଠତା ଓ ଅଭିଜ୍ଞତାକୁ ଅଗ୍ରାଧିକାର ଦେଇ ଚୟନ କରାଯିବା ଭଳି ୪ଦଫା ଦାବିରେ ସେମାନେ ଜିଦ୍ ରେ ଅଟଳ ଅଛନ୍ତି।ଦାବି ପୂରଣ ନହେଲେ ଆସନ୍ତା ଅକ୍ଟୋବର ୪ତାରିଖ ରେ ଆନ୍ଦୋଳନ କୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ସଂଘ କର୍ମକର୍ତ୍ତା ମାନେ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here