Home ବ୍ରହ୍ମପୁର ସ୍ପେଶାଳ ଅଧ୍ୟାପକ ବିନୋଦ କୁମାର କରଙ୍କୁ ରାଜନୀତି ବିଜ୍ଞାନରେ ପିଏଚ୍. ଡି.

ଅଧ୍ୟାପକ ବିନୋଦ କୁମାର କରଙ୍କୁ ରାଜନୀତି ବିଜ୍ଞାନରେ ପିଏଚ୍. ଡି.

0
5

ବୁଗୁଡା , ୨୮/୯/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ବିନୋଦ କୁମାର କର ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରୁ ସମ୍ମାନଜନକ ଡ଼କ୍ଟରେଟ୍ (ପିଏଚ.ଡି.) ଉପାଧି ଲାଭ କରିଛନ୍ତି l ଡକ୍ଟର ବିନୋଦ କୁମାର କର “Regional Integration in South Asia: The Applicability of EU model in SAARC” ବିଷୟ ଉପରେ ପର୍ଯ୍ୟବେସିତ ଗବେଷଣାତ୍ମକ ସନ୍ଦର୍ଭଟିକୁ ଫକୀର ମୋହନ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଡକ୍ଟର ଅନିଲ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଲେଖିଥିଲେ। ଡକ୍ଟର ଶ୍ରୀ କରଙ୍କ ସନ୍ଦର୍ଭଟି ତାମିଲନାଡୁ ର ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଡି.ରାମକ୍ରିଷ୍ଣନ ଓ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର Politics and International Studies ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଡକ୍ଟର ପି.ମୂର୍ତ୍ତି ଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂଶିତ ହୋଇଥିଲା l ଡ଼ଃ ବିନୋଦ କୁମାର କର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଗୁହାଳିଆ ଗ୍ରାମ ନିବାସୀ ସ୍ବର୍ଗତ ବସନ୍ତ କର ଓ ନିରୁପମା କର ଙ୍କ ମଧ୍ୟମ ପୁତ୍ର ଅଟନ୍ତି। ଏହି ସଫଳତା ପାଇଁ ସେ ତାଙ୍କର ଗାଇଡ, ମାଆ, ବଡଭାଇ ବନୋଜ, ଭାଉଜ ଅନୁପମା, ସାନଭାଇ ବିନାୟକ, ବିଶ୍ୱନାଥ, କୋକି, ମୀରା ମ୍ୟାଡ଼ାମ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା,ବୁଗୁଡା ପିପୁଲସ କଲେଜ ର ଅଧ୍ୟକ୍ଷ ହରିକୃଷ୍ଣ ନାୟକ, ରାଜନୀତି ବିଜ୍ଞାନ ବିଭଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ସହକର୍ମୀ ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ , ମହାବିଦ୍ୟାଳୟର ଅନ୍ୟ ସହକର୍ମୀ ବୃନ୍ଦ, ବନ୍ଧୁ ଅଶୋକ, ଅଜୟ, ସୀତାରାମ, ରାଜେଶ, ଶକ୍ତି, ସମସ୍ତ ଛାତ୍ରଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସର୍ବୋପରି ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ତାରିଣୀ ଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣିପାତ କରିଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!