ବିଦ୍ୟାରୁପା ସାଂସ୍କୃତିକ ଅନୁଷ୍ଠାନ ଶୁଭାରମ୍ଭ

0
4

ବ୍ରହ୍ମପୁର, ୨୮/୦୯/୨୦୨୪:ସହର ଉପକଣ୍ଠ ନରେନ୍ଦ୍ରପୁର କଲେଜ ପାର୍ଶ୍ଵରେ ବିଦ୍ୟାରୂପା ସାଂସ୍କୃତିକ ଅନୁଷ୍ଠାନ ଓ ସଙ୍ଗୀତ ଷ୍ଟୁଡିଓ ର ଶୁଭାରମ୍ଭ ହୋଇଛି । ପ୍ରତିଷ୍ଠାତା ଲିଲି ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ରୂପେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହ ସଭିଙ୍କୁ ଶୁଭକାମନା ଜଣାଇଥିଲେ। ଏପରି ଅନୁଷ୍ଠାନ ଦ୍ଵାରା କଳା ଓ ସଂସ୍କୃତି ର ବିକାଶ ହୋଇପାରିବ ବୋଲି ବିଧାୟକ ଦ୍ୟାନସାମନ୍ତରାୟ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୃକ୍ଷ ପ୍ରେମୀ ସୁବାସ ମହାରଣା,ସରପଂଚ ସୁନୀତା ସେଠୀ, ସଙ୍ଗୀତ ନିର୍ଦ୍ଦେଶକ ଲିପୁନ ଦାସ, ଲଳିତ ପଟ୍ଟନାୟକ, ତାପସ ପାଣିଗ୍ରାହି, ବରିଷ୍ଠ କଳାକାର ଏମ୍.କ୍ରିଷ୍ଣା ପାତ୍ର, ଏମ୍.କୁମାରୀ ପାତ୍ର,ସମାଜସେବା ଲୋକନାଥ ମହାରଣା,ଖ୍ୟାତନାମା ଗାୟକ ସୌରଭ ନାୟକ, ମିହିର ତ୍ରିପାଠୀ, ନାରାୟଣ ମହାଙ୍କୁଡ, ସୁଦୀପ କୁମାର୍ ସାହୁ, ଅନିଲ ପାତ୍ର, ଅବନୀ ଶତପଥୀ, ଉଷାରାଣୀ ମହାପାତ୍ର, ସସ୍ମିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରବୋଧ ମିଶ୍ର, ଶିବାନନ୍ଦ ଷଡ଼ଙ୍ଗୀ, ସଂଘମିତ୍ରା , କେ.ରାମନାଥ,ସଞ୍ଜୟ ରଥ, ପ୍ରମୋଦ ପଣ୍ଡା, ଚିତ ରଞ୍ଜନ ସାମନ୍ତରାୟ, ବିନୋଦ ମହାରଣା, ମିହିର ତ୍ରିପାଠୀ, ସତ୍ୟ ନାରାୟଣ ମହାରଣା, ଏମ୍ . ଲିଟୁ ପାତ୍ର, ଆୟୁଷ ମହାରଣା , ଅମନ୍ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଏହି ଅବସରରେ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ଆଉ କଳାକାର ମାନଙ୍କୁ ସମ୍ମାନିତ ଆଉ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିବାନନ୍ଦ ବାରିକ ସଂଯୋଜନା କରିଥିଲେ । ଏହି ଅବସରରେ ବହୁ ଅଞ୍ଚଳ ବାସୀ, କଳାପ୍ରେମି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here