ବୈତରଣୀ ଶାରଦୀୟ ପର୍ବ ଅନୁଷ୍ଠିତ

0
13

ବ୍ରହ୍ମପୁର, ୨୯/୦୯/୨୦୨୪: ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ହୋଟେଲ ଜେବି ପ୍ରାଙ୍ଗଣ ଠାରେ ବୈତରଣୀ ଶାରଦୀୟ ପର୍ବ : ୨୦୨୪ ଅନୁଷ୍ଠିତ ହୋଇଯାଇଛି । ସୁଲେଖିକା ସ୍ୱର୍ଣ୍ଣ ପ୍ରଭା ପାଢି ଏହି ଅଧ୍ୟତ୍ମିକ ସାରସ୍ୱତ ପର୍ବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ବିଶିଷ୍ଟ କବି ସୁଶାନ୍ତ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କେ.ଅନୀଲ କୁମାର ଯୋଗଦେଇ ବୈତରଣୀ ଶାରଦୀୟ ପତ୍ରିକାକୁ ଉନ୍ମୋଚନ କରିଥିଲେ । ମୁଖ୍ୟବକ୍ତା ଭାବେ ଗାଳ୍ପିକ ଡାକ୍ତର ସରୋଜ କୁମାର ମିଶ୍ର ଯୋଗଦେଇ ଅଧ୍ୟତ୍ମିକ ମଣିଷ ଜୀବନକୁ ଶୃଙ୍ଖଳିତ କରେ ଏବଂ ଆମ ସନାତନ ଧର୍ମର ମାନବତତ୍ତ୍ୱ ହିଁ ମୁଖ୍ୟ ଆଧାର ବୋଲି ଶ୍ରୀଯୁକ୍ତ ମିଶ୍ର କହିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ପୀତବାସ ପଣ୍ଡା ଯୋଗଦେଇ ଆମ ସାହିତ୍ୟ ସଂସ୍କୃତି ଅତୁଳନୀୟ ବୋଲି ମତ ରଖିଥିଲେ । ଏହି ଅବସରରେ କବି ହୃଷିକେଶ ଦାଶ ,ଡାକ୍ତର ସରୋଜ କୁମାର ମିଶ୍ର ,ଶ୍ରୀମତୀ ଦେବୀପ୍ରଭା ରଥ ,ସୁଶ୍ରୀ ଭାଗ୍ୟଲଷ୍ମୀ ମହାରଣା , ଶ୍ରୀଯୁକ୍ତ ନୃସିଂହାନନ୍ଦ ମହାପାତ୍ର ,ପଣ୍ଡିତ ପ୍ରଶାନ୍ତ କୁମାର ଦାଶଙ୍କୁ ବୈତରଣୀ ଶାରଦୀୟ ସମାନ ୨୦୨୪ ପ୍ରଦାନ କରାଯାଇଥିଲା ।ଏଥିସହ ପ୍ରଥମ ଅଧିବେଶନ ରେ କବି ବି .ସତ୍ୟମ ଆଚାରୀଙ୍କ ସଭାପତିତ୍ୱରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ନୃସିଂହାନ୍ଦନ ମହାପାତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ
କବି ନୀଳକଣ୍ଠ ସାହୁ ଓ ସ୍ଵର୍ଣମୟୀ ପାଢ଼ୀ କବିତା ସଂଯୋଜନା କରିଥିଲେ । ପ୍ରାୟ ପଚାଷରୁ ଉର୍ଦ୍ଧ କବି ନିଜ ସ୍ୱରଚିତ କବିତା ଆବୃତ୍ତି କରିଥଲେ । ଏହିକାର୍ଯ୍ୟକର୍ମକୁ କବି ପ୍ରଫୁଲ ତ୍ରିପାଠୀ ,ମନୋଜ ପଟନାୟକ ,ଦୀପ୍ତିମିତା ମହାପାତ୍ର ,ସୁନୀଲ କୁମାର ପ୍ରଧାନ ,ରାଜେଶ ପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ସମ୍ପାଦିକା ସ୍ମୃତି ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here