ଉଠା ଦୋକାନୀଙ୍କ ଉପରେ ମାଡ଼ିଗଲା କାର୍।ମହିଳା ମୃତ୍ୟୁ

0
16

ବ୍ରହ୍ମପୁର, ୨୯/୦୯/୨୦୨୪ :ସ୍ଥାନୀୟ ବିଜିପୁର ଛକ ସନ୍ତୋଷୀ ମାଁ ମନ୍ଦିର ନିକଟରେ ନଡ଼ିଆ ବିକ୍ରି କରୁଥିବା ଜଣେ ମହିଳା ଉପରେ ଏକ ହୁଣ୍ଡାଇ କାର ମାଡ଼ିଯାଇଛି। ଫଳରେ ଦୁର୍ଘଟଣା ସ୍ଥଳ ରେ ମହିଳା ଜଣଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପାଲୁର ଗାଁର ସବିତା ନାୟକ( ୫୨) ବୋଲି ଜଣାପଡିଛି। ସବିତା ପ୍ରତିଦିନ ସନ୍ତୋଷୀ ମାଙ୍କ ମନ୍ଦିର ନିକଟରେ ନଡ଼ିଆ, କଦଳୀ ଫଳ ବିକ୍ରି କରିଥାନ୍ତି। ଆଜି ଅପରାହ୍ନ ସାଢେ଼ ୧୧ ସମୟରେ ଓଡି ୦୨ଏ ଜେ ୩୪୭୭ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ କାର୍ ଦ୍ରୁତଗତିରେ ଆସି ରାସ୍ତା କଡ ଥିବା ଉଠା ଦୋକାନ ଉପରେ ମାଡ଼ିଯାଇଥିଲା । ଏଥିସହ ସବିତାଙ୍କୁ ମଧ୍ଯ ଧକ୍କା ଦେଇଥିଲ।ଘଟଣାସ୍ଥଳରେ ହିଁ ସବିତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର
ହୋଇଯାଇଥିଲେ। ପୁଲିସ
ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ
ପାଇଁ ପଠାଇବା ସହ କାର୍ କୁ ଜବତ କରି ଘଟଣାର ତଦନ୍ତ କରୁଛି ।ଉଲ୍ଲେଖଯୋଗ୍ୟ ଯେ, ବିଜିପୁର ଠାରୁ ଗୋଷାଣୀନୂଆଗାଁ ରାସ୍ତା ଟି ସବୁବେଳେ ଟ୍ରାଫିକ ଭିଡ ରହିବା ସହ ଉଠା ଦୋକାନୀ ଙ୍କ ପସରା ପାଇଁ ରାସ୍ତା ସଂକୀର୍ଣ୍ଣ ହୋଇ ଉଠୁଛି।ଫଳରେ ଏପରି ସମସ୍ୟା ଉପୁଜିଥିବା ଜଣାପଡିଛି।ଏଥିପାଇଁ ନା ମହାନଗର ନିଗମ କର୍ତ୍ତୃପକ୍ଷ ନା ପୋଲିସ ପ୍ରଶାସନ ଦୃଷ୍ଟି ଦେଉଛନ୍ତି।ଯାହା ଫଳରେ ଏପରି ଦୁର୍ଘଟଣା ମାନ ଘଟୁଛି।

LEAVE A REPLY

Please enter your comment!
Please enter your name here