ବ୍ଲକ ସ୍ତରୀୟ ସୁରଭି – ୨୦୨୪ ପାଇଁ ପ୍ରସ୍ତୁତି ବୈଠକ

0
11

ବୁଗୁଡା ୩୦/୯/୨୪ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧ ତାରିଖ ଦିନ ବୁଗୁଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୪ କାର୍ଯ୍ୟକ୍ରମ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସେପ୍ଟେମ୍ବର ୩୦ ତାରିଖ ଦିନ ଏକ ପ୍ରସ୍ତୁତି ବୁଗୁଡା ବିଇଓ ଚିନ୍ମୟ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏବିଇଓ ତଥା ବି.ଆର.ସି.ସି. ଅମିତା କୁମାରୀ ପାଢ଼ୀ, ଏବିଇଓ ତପସ୍ୱିନୀ ସାହୁ, ମାଣିତରା ହାଇସ୍କୁଲ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା, ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଓ ମାଣିତରା କ୍ଳଷ୍ଟର ସିଆରସିସି ଶଶିକାନ୍ତ ପାତ୍ର ମଞ୍ଚାସୀନ ଥିଲେ। ଅନ୍ୟ ୧୦ ଟି କ୍ଳଷ୍ଟର ସିଆରସିସି, ସୁରଭି ପାଇଁ କାର୍ଯ୍ୟନ୍ୟସ୍ତ କରାଯାଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କ୍ରୀଡା ଶିକ୍ଷକମାନଙ୍କୁ ମିଶାଇ ମୋଟ ୬୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ବୈଠକରେ ବ୍ଲକ ସ୍ତରୀୟ ସୁରଭି-୨୦୨୪ କାର୍ଯ୍ୟକ୍ରମ ସୁଚାରୁଭାବେ ପରିଚାଳନା ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ସୁରଭି କାର୍ଯ୍ୟକ୍ରମରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ ବୃନ୍ଦ ଭାଗନେବେ। ସେଥିପାଇଁ ଚତୁର୍ଥ ଶ୍ରେଣୀରୁ ସପ୍ତମ ପର୍ଯ୍ୟନ୍ତ ଜୁନିୟର, ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସିନିୟର ଓ +୨ ର ଦୁଇ ଶ୍ରେଣୀ ପାଇଁ ସୁପର ସିନିୟର ବିଭାଗରେ ବିଭକ୍ତ ପରାଯାଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଟିତ ହେବ।

LEAVE A REPLY

Please enter your comment!
Please enter your name here