ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା ର ସୁବର୍ଣ୍ଣ ଜୟନ୍ତି ବର୍ଷ ପାଳନ

0
11

ବ୍ରହ୍ମପୁର,୦୨/୧୦/୨୦୨୪:୧୯୭୫ ମସିହା ଆଜି ର ଦିନ ରେ ଏକ ଅଧ୍ୟାଦେଶ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଭାରତରେ ପ୍ରଥମଥର ପାଇଁ ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିଲେ । ତଦନୁଯାୟୀ ଉତ୍ତର ପ୍ରଦେଶରେ ପ୍ରଥମ ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା । ଆଜି ଉକ୍ତ ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା କରିବାର ୫୦ ବର୍ଷରେ ପଦାର୍ପଣ କରୁଅଛି । ତା ପରବର୍ତ୍ତୀ ସମୟରେ ସାରା ଦେଶରେ ବିଭିନ୍ନ ପ୍ରଦେଶରେ ୧୯୮ ଗୋଟି ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା ।ଉକ୍ତ ଗ୍ରାମ୍ୟ ବ୍ୟାଙ୍କ ଗୁଡିକ ଦେଶର ଗ୍ରାମାଂଚଳରେ ସାଧାରଣ ଲୋକଙ୍କୁ ଚାଷଋଣ,ଛୋଟ ବ୍ୟବସାୟ ଋଣ, କାରିଗର ମାନଙ୍କୁ ଆତ୍ମନିର୍ଭରଶୀଳ ଦେବା ପାଇଁ ଋଣ ପ୍ରଦାନ କରି ଗ୍ରାମ୍ୟ ଅର୍ଥନୀତିର ଉନ୍ନତିରେ ମୂଖ୍ୟ ଭୂମିକା ଗ୍ରହଣ କରି ଆସୁଅଛି ।ବର୍ତ୍ତମାନ ଉକ୍ତ ୧୯୮ ଟି ଗ୍ରାମ୍ୟ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ୨୦୦୫ ମସିହା ଠାରୁ ବିଭିନ୍ନ ଗ୍ରାମ୍ୟ ବ୍ୟାଙ୍କ ଗୁଡିକୁ ଏକତ୍ରିକରଣ କରି ବର୍ତ୍ତମାନ ସାରା ଦେଶରେ ୪୩ ଗୋଟି ଗ୍ରାମ୍ୟ ବ୍ୟାଙ୍କ କାମ କରୁଅଛି ।ଏହାକୁ ପୁଣି ରାଜ୍ୟ ସ୍ତରରେ ଏକତ୍ରିକରଣ କରି ଗୋଟିଏ ରାଜ୍ୟରେ ଗୋଟିଏ ଗ୍ରାମ୍ୟ ବ୍ୟାଙ୍କ କରିବା ସହ ସାରା ଦେଶରେ ଗୋଟିଏ ଢାଞ୍ଚାରେ ଏନ ଆର ବି ଆଇ ପ୍ରତିଷ୍ଠା କରିବା ପାଇଁ ଏ ଆଇ ଆର ଆର ବି ଇ ଏ ଦୀର୍ଘଦିନ ହେବ ଦାବୀ କରି ଆସୁଅଛି ।ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା ହେବାର ୫୦ ବର୍ଷ ପଦାର୍ପଣ କରୁଥିବାରୁ ଏହାର ସୁବର୍ଣ୍ଣ ଜୟନ୍ତି ବର୍ଷ ପାଳନ କରିବା ଉଦ୍ଦେଶ୍ୟରେ ଆଜି ସୁବାରାଓ ଛକ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ କାର୍ଯାଳୟ ଠାରୁ ଏକ ସମୂହ ପଦଯାତ୍ରା ବାହାରି ଗାନ୍ଧିନଗର ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପାଞ୍ଜଳୀ ପ୍ରଦାନ କରି ସମାବେଶ ଶେଷ ହୋଇଥିଲା ।ଉକ୍ତ ସମାବେଶରେ ଗ୍ରାମୀଣ ବ୍ୟାଙ୍କର ଶତାଧିକ କର୍ମଚାରୀ, ଅଧିକାରୀ ଓ
ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ । ଉକ୍ତ ସମାବେଶରେ ତିନିଗୋଟି ସଂଗଠନ ତରଫରୁ ସାଥୀ ମାଧବ କୋଠିଆ, ସାଥୀ ହୃଷିକେଶ ପାତ୍ର, ସାଥୀ ଅମିତ କୁମାର ଦାଶ, ସାଥୀ ଗୋପବନ୍ଧୁ ମଳିକ, ସାଥୀ ହରିହର ମହାରଣା, ସାଥୀ ଚିନ୍ତାମଣି ସାହୁ ଓ ସାଥୀ ଦିଗାମ୍ବର ପଣ୍ଡା ପ୍ରମୁଖ ନେତୃତ୍ବ ନେଇଥିଲେ ।

LEAVE A REPLY

Please enter your comment!
Please enter your name here