ପୋଲସରାରେ “ସ୍ଵଚ୍ଛତା ହିଁ ସେବା ୨୦୨୪” ଉପଲକ୍ଷେ ପଥଗିରି କାର୍ଯ୍ୟକ୍ରମ

0
9

ପୋଲସରା , ୦୧/୧୦/୨୪ : ପୋଲସରା ସହର ଉନ୍ନତି ଓ ବିକାଶର ଜାଗ୍ରତ ପ୍ରହରୀ ହେଉଛି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ । “ସ୍ଵଚ୍ଛତା ହିଁ ସେବା ୨୦୨୪” କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ତତ୍ତ୍ୱାବଧାନରେ ପୋଲସରା ସହରର ବିଭିନ୍ନ ପୋଖରୀ ଓ ଜନସମାଗମ ସ୍ଥଳୀ ପରିଷ୍କାର କରିବା ସହ ସହରକୁ ସଫା ସୁତୁରା ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯାଇଛି। ଅକ୍ଟୋବର ୧ ତାରିଖ ଦିନ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଉପଲକ୍ଷେ ପୋଲସରା ସହର ଲୁଣିଘାଟି ସିଟି ତାଲିମ ବିଦ୍ୟାଳୟ ସମ୍ମୁଖ ସଡ଼କ ପଥ ଉପରେ ପୋଲସରା ଏନ୍.ଏ.ସି ପକ୍ଷରୁ ପ୍ରଥମ କରି ଏକ ଯୁଗାନ୍ତକାରୀ ପଥଗିରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ତହସିଲଦାର ରୁବି ବେହେରା , ସିଡିପିଓ ତିଳୋତମା ରାଉତ ପ୍ରମୁଖ ଯୋଗ ଦେଇ ପରିବେଶର ସୁରକ୍ଷା ଓ ଏହାର କାର୍ଯ୍ୟକାରିତା ଉପରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ଯୁବ ପିଢ଼ିଙ୍କ ଦ୍ବାରା ଆଦୃତ ହୋଇଥିବା ବିଭିନ୍ନ ନାଟକ, ଅତ୍ୟାଧୁନିକ ନୃତ୍ୟ ଏବଂ କଳା ସଂସ୍କୃତି ଦାସକାଠିଆ କ ଓଡ଼ଶୀ ନୃତ୍ୟ ପରିବେଷଣ ହୋଇଥିଲା । ମିଶନଶକ୍ତି ମହିଳାମାନେ ନିଜ ନିଜର ଷ୍ଟଲରେ ହାତ ତିଆରି ସାମଗ୍ରୀ ପ୍ରଦର୍ଶନ କରିଥିଲେ । ମୁକ୍ତ ଆକାଶର ସଡ଼କ ପଥରେ ପଥଗିରୀ ଭଳି ଏକ ଆକର୍ଷଣୀୟ କାର୍ଯ୍ୟକ୍ରମକୁ ନେଇ ପୋଲସରା ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ସ୍ବାଗତୀକା ମହାନ୍ତି , ଗୋଷ୍ଠୀ ପରିଦର୍ଶିକା ଅନିତା ଅଂଶୁମାଳି ସାହୁ , ସାନିଟାରୀ ଏକ୍ସଫୋର୍ଟ ତେଜେଶ୍ବନୀ ନାୟକ, ସୁଦାମ ସାହୁ , ଭଗବାନ ସାହୁ , ପ୍ରଦିପ୍ତ କୁମାର ସାହୁ , ସୁପରଭାଇଜର ଅର୍ପଣ୍ଣା ଆଚାରୀ, ସ୍ବଛସାଥି ବବିତା ବେହେରା , ଗୀତାଞ୍ଜଳୀ ପ୍ରଧାନ , ରୁନୁ ସାହୁ , ନମିତା ଦାସ, ମିନତୀ ଜେନା , ରଶ୍ମିତା ରାଉତଙ୍କ ସମେତ ସମସ୍ତ ଏନ୍.ଏ.ସି କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here